ସଂକ୍ରମଣ ରୋକିବାକୁ ସମସ୍ତେ ଚେଷ୍ଟା କରିବା, ଆଉ ଲକଡାଉନ ସ୍ଥିତିକୁ ଫେରିବାନି । ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ।

942

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ । ଆଉ ଲକଡାଉନ ସ୍ଥିତିକୁ ଫେରିବାନି ବୋଲି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବାକୁ ସମସ୍ତେ ଚେଷ୍ଟା କରିବା ଉଚିତ, ସତର୍କ ହେବା ଦରକାର । କୋଭିଡ ନିୟମ ମାନିବାକୁ ଲୋକେ ଢିଲାପଣ ଦେଖାଉଛନ୍ତି । ବିଭିନ୍ନ ଦେଶ ଓ ରାଜ୍ୟରେ ସଂଖ୍ୟା ବଢିବା ପରେ ସତର୍କ ହେବା ନିହାତି ଜରୁରୀ । ଏତେ ବିଶାଳ ଜନସଂଖ୍ୟାରେ ହର୍ଡ ଇମ୍ୟୁନିଟି ହାସଲ ସମ୍ଭବପର ନୁହେଁ, ଏହା ସମୟ ସାପେକ୍ଷ । ତେଣୁ ସତର୍କ ରହିବା ନିହାତି ଜରୁରୀ । ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ । ଦେଶର ବିଭିନ୍ନ ରାଜ୍ୟରେ ପୁଣି କରୋନାର ଦ୍ୱିତୀୟ ଲହର ଦେଖାଦେଇଛି । ମହାରାଷ୍ଟ୍ର ଓ ଗୁଜରାଟର ସୁରଟ ସମେତ କିଛି ସହରରେ ଆଜିଠାରୁ ନାଇଟକର୍ଫ୍ୟୁ ଜାରି ହୋଇଛି । କରୋନା ସଙ୍କଟ ଭିତରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୋଦି । ଏଥିରେ ଟେଷ୍ଟିଂ ବଢାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ବିଶେଷକରି ଟେଷ୍ଟିଙ୍ଗ, ଟ୍ରାକିଙ୍ଗ ଓ ଟ୍ରିଟମେଂଟ ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆରଟି-ପିସିଆର ଟେଷ୍ଟିଂ ବଢାଇବା, ଟିକାକରଣ ଉପରେ ବି ଗୁରୁତ୍ୱ ଦେଇଛନ୍ତି ।