ହସି ହସି କଟାକ୍ଷ କଲେ ନବୀନ । କହିଲେ, ଲୋକେ ମୋ ଭାଷଣ ଶୁଣିବାକୁ ଆସୁଛନ୍ତି-ମୋ ସ୍ୱାସ୍ଥ୍ୟବସ୍ଥା ଦେଖିବାକୁ ନୁହେଁ ।

366

କନକ ବ୍ୟୁରୋ: ନିଜ ସ୍ୱାସ୍ଥ୍ୟାବସ୍ଥା ନେଇ ହେଉଥିବା ଗୁଜବ ଓ ଅପପ୍ରଚାରକୁ ହସରେ ଉଡାଇ ଦେଲେ ନବୀନ । କହିଲେ ଏଇଟା ନିର୍ବାଚନ ସମୟ, ଭୋଟ୍ ପାଇଁ ଏସବୁ କୁହାଯାଉଛି, ଆଉ କଣ…? ହସିହସି ଅତି ସାଧାରଣ ଭାବେ ଜବାବ ଦେଇଛନ୍ତି ନବୀନ ।

ତେବେ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ମୋଦିଙ୍କ ପ୍ରଶ୍ନ ପରେ ନବୀନ ନିବାସରେ ପ୍ରେସମିଟ୍ କରି ଗୋଟି ଗୋଟି କଥାର ଜବାବ ରଖିଛନ୍ତି ନବୀନ । କହିଛନ୍ତି, ମୁଁ ସୁସ୍ଥ ଅଛି । ମୋ ସ୍ୱାସ୍ଥ୍ୟ ଯଦି ଖରାପ ଥାଆନ୍ତା ତେବେ ମୁଁ ଏତେ ଖରାରେ ପ୍ରଚାର ପାଇଁ ଯାଇ ନଥାନ୍ତି । ଆଉ ଲୋକେ ମୋ ଭାଷଣ ଶୁଣିବାକୁ ଆସୁଛନ୍ତି ମୋ ସ୍ୱାସ୍ଥ୍ୟବସ୍ଥା ଦେଖିବାକୁ ନୁହେଁ ।

ନବୀନ କହିଛନ୍ତି, ମୁଁ ଜାଣିଛି ଗତ ୧୦ ବର୍ଷ ହେବ ମୋ ସ୍ୱାସ୍ଥ୍ୟାବସ୍ଥା ନେଇ ଗୁଜବ ହେଉଛି । କିନ୍ତୁ ମୋ ସ୍ୱାସ୍ଥ୍ୟ କଥା ଛାଡି- କୋଇଲା ରୟାଲଟି କଥା ବୁଝନ୍ତୁ । ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପୂରଣ କରନ୍ତୁ ।