କନକ ବ୍ୟୁରୋ: ନିଜ ସ୍ୱାସ୍ଥ୍ୟାବସ୍ଥା ନେଇ ହେଉଥିବା ଗୁଜବ ଓ ଅପପ୍ରଚାରକୁ ହସରେ ଉଡାଇ ଦେଲେ ନବୀନ । କହିଲେ ଏଇଟା ନିର୍ବାଚନ ସମୟ, ଭୋଟ୍ ପାଇଁ ଏସବୁ କୁହାଯାଉଛି, ଆଉ କଣ...? ହସିହସି ଅତି ସାଧାରଣ ଭାବେ ଜବାବ ଦେଇଛନ୍ତି ନବୀନ ।
ତେବେ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ମୋଦିଙ୍କ ପ୍ରଶ୍ନ ପରେ ନବୀନ ନିବାସରେ ପ୍ରେସମିଟ୍ କରି ଗୋଟି ଗୋଟି କଥାର ଜବାବ ରଖିଛନ୍ତି ନବୀନ । କହିଛନ୍ତି, ମୁଁ ସୁସ୍ଥ ଅଛି । ମୋ ସ୍ୱାସ୍ଥ୍ୟ ଯଦି ଖରାପ ଥାଆନ୍ତା ତେବେ ମୁଁ ଏତେ ଖରାରେ ପ୍ରଚାର ପାଇଁ ଯାଇ ନଥାନ୍ତି । ଆଉ ଲୋକେ ମୋ ଭାଷଣ ଶୁଣିବାକୁ ଆସୁଛନ୍ତି ମୋ ସ୍ୱାସ୍ଥ୍ୟବସ୍ଥା ଦେଖିବାକୁ ନୁହେଁ ।
ନବୀନ କହିଛନ୍ତି, ମୁଁ ଜାଣିଛି ଗତ ୧୦ ବର୍ଷ ହେବ ମୋ ସ୍ୱାସ୍ଥ୍ୟାବସ୍ଥା ନେଇ ଗୁଜବ ହେଉଛି । କିନ୍ତୁ ମୋ ସ୍ୱାସ୍ଥ୍ୟ କଥା ଛାଡି- କୋଇଲା ରୟାଲଟି କଥା ବୁଝନ୍ତୁ । ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପୂରଣ କରନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/20-19.jpg)