୧୬ ଜିଲ୍ଲାରେ ଆର୍‌ଟିପିସିଆର୍ ପରୀକ୍ଷା ପାଇଁ ୨୦ କୋଟି ଦେଲେ ସରକାର

30

କନକ ବ୍ୟୁରୋ : ୧୬ ଜିଲ୍ଲାରେ ଆରଟି-ପିସିଆର ଟେଷ୍ଟି ପରୀକ୍ଷାଗାର ପାଇଁ କୋଡିଏ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଜିଲ୍ଲାଗୁଡିକ ହେଲା, ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, କେନ୍ଦ୍ରପଡା, ନବରଙ୍ଗପୁର, ମାଲକାନଗିରି, ନୂଆପଡା, ସୋନପୁର, କନ୍ଧମାଳ, ସୁନ୍ଦରଗଡ, ରାୟଗଡା ଓ ବରଗଡ । ଏହି ଜିଲ୍ଲାଗୁଡିକର ସଦର ମହକୁମାରେ ଗୋଟିଏ ଗୋଟିଏ ଆରଟ-ପିସିଆର ଟେଷ୍ଟ ସେଂଟର ପ୍ରତିଷ୍ଠା ହେବ । ଏହି ଟେଷ୍ଟିଂସେଂଟରଗୁଡିକ ସବୁଦିନ ପାଇଁ ଲୋକଙ୍କୁ ସେବା ଯୋଗାଇଦେବ । ପ୍ରତ୍ୟେକ ଜିଲ୍ଲାରେ ଜଣେ ଲେଖାଁଏ ମାଇକ୍ରୋ ବାଇଲୋଜିଷ୍ଟ ଓ ୩ ଜଣ ଲ୍ୟାବ ଟେକନିସିଆନକୁ ନିୟୋଜିତ କରାଯିବ ।