ମୁଖ୍ୟମନ୍ତ୍ରୀଙ୍କ ଆଜି ବାଲେଶ୍ୱର ଗସ୍ତ । ସୁବର୍ଣ୍ଣରେଖା ବନ୍ଦରର ଶିଳାନ୍ୟାସ କରିବେ ନବୀନ

ମୁଖ୍ୟମନ୍ତ୍ରୀଙ୍କ ଆଜି ବାଲେଶ୍ୱର ଗସ୍ତ । ସୁବର୍ଣ୍ଣରେଖା ବନ୍ଦରର ଶିଳାନ୍ୟାସ କରିବେ ନବୀନ

କନକ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାଲେଶ୍ୱର ଗସ୍ତ । ଏଅବସରରେ ସୁବର୍ଣ୍ଣରେଖା ବନ୍ଦରର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଓଡ଼ିଶା ସରକାର ଓ ଟାଟା ଷ୍ଟିଲ ସହଭାଗିତାରେ ଏହି ସୁବର୍ଣ୍ଣରେଖା ବନ୍ଦର ସ୍ଥାପିତ ହେବାକୁ ଯାଉଛି । ୫ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିର୍ିତ ହେବାକୁ ଥିବା ଏହି ବନ୍ଦରରେ ୧୨ଟି ବର୍ଥ ରହିବ । ବାର୍ଷିକ ଏହାର ୨୫ରୁ ୫୫ ମିଲିୟନ୍ ମେଟ୍ରିକ୍ ଟନ୍ ପଣ୍ୟ କାରବାର କ୍ଷମତା ରହିବ ବୋଲି ଆକଳନ ହୋଇଛି । ଏହାଯୋଗୁଁ ୧୨ ହଜାର ନିଯୁକ୍ତି ମିଳିବ । ବାଲେଶ୍ୱର ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ତାଳସାରୀ ବେଳାଭୂମି ମହୋତ୍ସବ ଉଦଘାଟନ କରିବା ସହ ଜନସଭାକୁ ସମ୍ବୋଧନ କରିବେ । ଏହାଛଡ଼ା ଅନ୍ୟ ବହୁ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ରହିଛି ।

publive-image

ଏହି ପରିପ୍ରେକ୍ଷୀରେ ଗତ ଶନିବାର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ସଭା ସ୍ଥଳୀ, ପାର୍କିଂ ଏରିୟା, ମଧ୍ୟାହ୍ନଭୋଜନ ସ୍ଥାନ, ଟ୍ରାଫିକ୍ ବ୍ୟବସ୍ଥା, ପାନୀୟଜଳ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ଉପରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଅନ୍ୟପକ୍ଷରେ ସୁରକ୍ଷା ସହିତ ଶାନ୍ତିଶୃଙ୍ଖଳାରେ ଯାନବାହାନ ଯା’ଆସ ପାଇଁ ୱାନ୍-ୱେ ଟ୍ରାଫିକ୍ ପ୍ରସ୍ତୁତ କରାଯାଇଛି। କୁରୁଡ଼ା ବାଇପାସ୍ଠାରୁ ରେମୁଣା ଗୋଲେଇରୁ ବାଲେଶ୍ୱର ଭିତରକୁ ପ୍ରବେଶ କରି ଆଇଟିଆଇ ରାସ୍ତାର କୁରୁଡ଼ା ନିକଟରେ ଜାତୀୟ ରାଜପଥକୁ ନେଇ ୱାନ୍ ୱେ ଟ୍ରାଫିକ୍ ପ୍ରସ୍ତୁତ କରାଯାଇଛି।

publive-image

ସେହିପରି ୫ଟି ଜିଲାର ଶ୍ରେଷ୍ଠ ‘ବିଜୁ ଯୁବବାହିନୀ’ ଏବଂ ଶ୍ରେଷ୍ଠ ‘ମୁଁ ହିରୋ’ଙ୍କୁ ସମ୍ମାନିତ ସହ ନାମୀଦାମୀ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ କରାଯିବ। ଏଥିସହିତ ଜିଲାର ବହୁ ପ୍ରକଳ୍ପ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନର ଫଳକ ଉନ୍ମୋଚନ ହେବାର କାର‌୍ୟ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe