ନବୀନଙ୍କ ଗୁଗଲି: ବିଜେଡି ଅଫିସ ପାଖରେ ପ୍ରାର୍ଥୀ ଖୋଜୁଛି ବିଜେପି

Advertisment
ନବୀନଙ୍କ ଗୁଗଲି: ବିଜେଡି ଅଫିସ ପାଖରେ ପ୍ରାର୍ଥୀ ଖୋଜୁଛି ବିଜେପି

କନକ ବ୍ୟୁରୋ: ରାଜ୍ୟର ସବୁ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦେବାକୁ ବିଜେପି ପାଖରେ ନେତା ନାହାନ୍ତି। ତେଣୁ ସେମାନେ ବିଜେଡି କାର୍ଯ୍ୟାଳୟ ନିକଟରେ ନିଜର ପ୍ରାର୍ଥୀ ଖୋଜୁଛନ୍ତି।ବିଜେଡି ପ୍ରାର୍ଥୀ ଘୋଷଣା ପରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମିତି ଢଙ୍ଗରେ ପ୍ରତିପକ୍ଷ ବିଜେପିକୁ ଆକ୍ଷେପ କରିଛନ୍ତି। ନବୀନଙ୍କ ଏହି ମନ୍ତବ୍ୟ ରାଜ୍ୟ ରାଜନୀତିରେ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି। କେବଳ ସେତିକି ନୁହେଁ, ଓଡ଼ିଶାରେ ତ୍ରିପୁରାର ପ୍ରତିଫଳନ ଘଟିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଦେଇଥିବା ମନ୍ତବ୍ୟର ବି ଜବାବ ଦେଇଛନ୍ତି ନବୀନ। କହିଛନ୍ତି, ବିଜେଡି ଭଲ ପ୍ରଦର୍ଶନ କରିବ। ଦେଖିବେ ପୂର୍ବ ଅପେକ୍ଷା ବିଜେଡି ଭଲ କରିବ।

publive-image

ସେପଟେ ଏପ୍ରିଲ ୩ରୁ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର ଆରମ୍ଭ କରୁଛନ୍ତି। ସେଦିନ ସେ ନିଜ ନିର୍ବାଚନମଣ୍ଡଳୀ ଗଞ୍ଜାମ ଜିଲ୍ଲା ଅର୍ଥାତ୍ ବ୍ରହ୍ମପୁରରୁ ପ୍ରଚାର କରିବାକୁ ଯୋଜନା କରିଛନ୍ତି। ଏହା ପୂର୍ବରୁ ନୟାଗଡରୁ ବିଧିବଦ୍ଧ ଭାବେ ନିର୍ବାଚନ ପ୍ରଚାର ଆରମ୍ଭ କରି ସେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଥିଲେ।ଦକ୍ଷିଣ ଓଡ଼ିଶାରୁ ଆରମ୍ଭ ହେବାକୁ ଥିବା ପ୍ରଚାର ଏପ୍ରିଲ ୨୭ ତାରିଖରେ ଉତ୍ତର ଓଡ଼ିଶାରେ ଶେଷ ହେବ। ମିଳିଥିବା ସୂଚନା ଅନୁସାରେ, ଏପ୍ରିଲ ୩ରେ ବ୍ରହ୍ମପୁରରୁ ନବୀନ ଏକ ବଡ ରାଲିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ପରେ ଏହାପରେ ରୋଡ ସୋ’ କରି ଶକ୍ତି ପ୍ରଦର୍ଶନ କରିବ ବିଜେଡି। ସେଠାରେ ଦଳୀୟ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

publive-image

ଉଲ୍ଲେଖଯୋଗ୍ୟ, ନବୀନ ଏଥର ଭୋଟରଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ ପାଇଁ ହାଇଟେକ ପ୍ରଚାର କରିପାରନ୍ତି। ସ୍ୱତନ୍ତ୍ର ବସ ଓ ହୋଲୋଗ୍ରାମ ଜ୍ଞାନକୌଶଳ ମାଧ୍ୟମରେ ସମସ୍ତଙ୍କ ପାଖରେ ପହଞ୍ଚିବେ। ଷ୍ଟାର ପ୍ରଚାରକ ଭାବେ ନବୀନ କର୍ମୀଙ୍କ ମନରେ ଜୋଶ ଭରିବା ସହ ଏହି ୨ଟି ନିର୍ବାଚନମଣ୍ଡଳୀରେ ରାତ୍ରୀଯାପନ କରିପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe