କନକ ବ୍ୟୁରୋ : ଷୋଡଶ ବିଧାନସଭାର ଶେଷ ଅଧିବେଶନରେ ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତ୍ତି ରଖିଛନ୍ତି । ସେ ତାଙ୍କ ବିବୃତ୍ତିରେ କହିଛନ୍ତି କି, ପରୀ ହତ୍ୟା ପ୍ରସଙ୍ଗ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ବିରୋଧୀ ରାଜନୀତି କରୁଛନ୍ତି । ଗତକାଲି ପରୀ ହତ୍ୟା ଘଟଣାରେ ଦୋଷୀକୁ ଦଣ୍ଡବିଧାନ ହୋଇଛି । ନିର୍ବାଚନ ସମୟରେ ଯଦି ବି ରାଜନୀତି ହେବାକଥା ହେଲେ ବିରୋଧୀ ହୀନ ରାଜନୀତି କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଏସକେୱାଇ କାର୍ଡ ଦେଶର ସବୁଠାରୁ ଭଲ ଯୋଜନା । ଏହି ଯୋଜନା ଆଦିବାସୀମାନଙ୍କ ପାଇଁ ସହାୟକ ହେବ । ସେପଟେ ଓଡିଶା ଆଜି ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇଛି ବୋଲି ସେ କହିଛନ୍ତି । ଏହାସହ ରାଜ୍ୟରେ ୨୦୦୦ ମସିହାରେ ୭୦ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବେଳେ ଏବେ ଏହା ୧୦ ପ୍ରତିଶତକୁ ଖସିଛି । ଏହା ରାଜ୍ୟ ସରକାରଙ୍କ ବଡ ସଫଳତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us