ବିଧାନସଭା ଗୃହରେ ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ । ଦାରିଦ୍ର ସୀମାରେଖା ତଳେ ରାଜ୍ୟରେ ରହିଛନ୍ତି ୧୦ ପ୍ରତିଶତ ଲୋକ

80

କନକ ବ୍ୟୁରୋ : ଷୋଡଶ ବିଧାନସଭାର ଶେଷ ଅଧିବେଶନରେ ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତ୍ତି ରଖିଛନ୍ତି । ସେ ତାଙ୍କ ବିବୃତ୍ତିରେ କହିଛନ୍ତି କି, ପରୀ ହତ୍ୟା ପ୍ରସଙ୍ଗ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ବିରୋଧୀ ରାଜନୀତି କରୁଛନ୍ତି । ଗତକାଲି ପରୀ ହତ୍ୟା ଘଟଣାରେ ଦୋଷୀକୁ ଦଣ୍ଡବିଧାନ ହୋଇଛି । ନିର୍ବାଚନ ସମୟରେ ଯଦି ବି ରାଜନୀତି ହେବାକଥା ହେଲେ ବିରୋଧୀ ହୀନ ରାଜନୀତି କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଏସକେୱାଇ କାର୍ଡ ଦେଶର ସବୁଠାରୁ ଭଲ ଯୋଜନା  । ଏହି ଯୋଜନା ଆଦିବାସୀମାନଙ୍କ ପାଇଁ ସହାୟକ ହେବ । ସେପଟେ ଓଡିଶା ଆଜି ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇଛି ବୋଲି ସେ କହିଛନ୍ତି । ଏହାସହ ରାଜ୍ୟରେ ୨୦୦୦ ମସିହାରେ ୭୦ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବେଳେ ଏବେ ଏହା ୧୦ ପ୍ରତିଶତକୁ ଖସିଛି । ଏହା ରାଜ୍ୟ ସରକାରଙ୍କ ବଡ ସଫଳତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।