ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ: ଆମ ପାଇଁ ଜୁନ୍ ମାସ ଗୁରୁତ୍ୱପୂର୍ଣ୍ଣ । କଟକଣା କୋହଳ ହୋଇଛି କିନ୍ତୁ କରୋନା ଯାଇନି ।

326

କକନ ବ୍ୟୁରୋ: ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା । ସାରା ବିଶ୍ୱ ଏବେ କରୋନା ଲଢ଼େଇ କରୁଥିବାବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଗତ ଦୁଇ ମାସ ହେବ ଆମେ କରୋନା ସହ ଲଢ଼େଇ କରୁଛୁ । ବର୍ତ୍ତମାନ ଲକଡାଉନ କଟକଣା କୋହଳ ହେଲା ତା’ମାନେ ଭାବନ୍ତୁ ନାହିଁ ଯେ କରୋନା ଚାଲିଗଲା । ତେଣୁ ସଂକ୍ରମଣଠୁ ଦୂରେଇ ରହିବାକୁ ହେଲେ ସଚେତନ ହୁଅନ୍ତୁ ବିପଦ ସମୟରେ କୌଣସି ଭୁଲ କରନ୍ତୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

ସେପଟେ କରୋନା ସଂକ୍ରମଣସ୍ତର ଜୁନ୍ ମାସରେ ଅଧିକ ବଢ଼ିପାରେ ବୋଲି ବରିଷ୍ଠ ବୈଜ୍ଞାନିକଙ୍କ ଠାରୁ ଡାକ୍ତର ବିଶେଷଜ୍ଞମାନେ ମତ ପ୍ରକାଶ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି କି, ଏ ଲଢ଼େଇ ଭିତରେ ଆମ ପାଇଁ ଆଗକୁ ବଡ଼ ଚ୍ୟାଲେଞ୍ଜ ଆସୁଛି କାରଣ ମୁଣ୍ଡ ଉପରେ ମୌସୁମୀ ଆସୁଥିବାବେଳେ ଆମକୁ ସତର୍କ ରହିବାକୁ ପଡ଼ିବ । ତେଣୁ ଜୁନ୍ ମାସ ଆମ ସମସ୍ତଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ନବୀନ କହିଛନ୍ତି ।

ମହାମାରୀ ମୁକାବିଲା: ନବୀନଙ୍କ ନିବେଦନ

୧- ଘରେ ରୁହନ୍ତୁ, ଜରରୁୀ କାମ ନଥିଲେ ବାହାରକୁ ଯାଆନ୍ତୁ ନାହିଁ
୨- ଯେତେବେଳେ ବି ବାହାରକୁ ଯାଉଛନ୍ତି ମାସ୍କ ପିନ୍ଧନ୍ତୁ । ଠିକଠାକ ମାସ୍କ ପିନ୍ଧିଲେ ୯୦ ପ୍ରତିଶତ କରୋନା ସଂକ୍ରମଣ କମିଯିବ
୩- ହାଟ, ବଜାର, ଅଫିସ, ଟ୍ରାଫିକ ସବୁ ସ୍ଥାନରେ ସାମାଜିକ ଦୂରତା ମାନନ୍ତୁ
୪- ବାହାରୁ ଆସିଲେ ଭଲ ଭାବେ ହାତ ସାବୁନରେ ଧୁଅନ୍ତୁ
୫- ୬୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ବାହାରକୁ ଛାଡନ୍ତୁ ନାହିଁ । ଗର୍ଭବତୀ ମହିଳା, ୧୦ ବର୍ଷରୁ କମ ପିଲାଙ୍କୁ ବାହାରକୁ ଛାଡନ୍ତୁ ନାହିଁ
୬- ଜୀବନ ଜୀବୀକା ଆମ ପାଇଁ ମୂଲ୍ୟବାନ । ଆମେ ସୁସ୍ଥ ରହିଲେ ଜୀବୀକା ଆଗକୁ ବଢିବ
୭- ଜୀବୀକା ପାଇଁ ଲକଡାଉନ କୋହଳ, ଜୀବନ ପ୍ରତି ଏହା ଯେମିତି ବିପଦ ନଆଣେ ସତର୍କ ରହିବା
୮- ଆତ୍ମସଂଯମ ଏକମାତ୍ର ବିକଳ୍ପ, ନିଜେ ସୁରକ୍ଷା ରହିବା । ଘର ଲୋକଙ୍କୁ ସୁରକ୍ଷା ଦେବା
୯- ଘରେ ରୁହନ୍ତୁ, ୨ ମାସ ହେଲା ଯେଉଁ ତ୍ୟାଗ କରିଛେ ତାକୁ ବ୍ୟର୍ଥ ହେବାକୁ ଦେବାନି

ତେବେ ବର୍ତ୍ତମାନ ୫ ଲକ୍ଷ ଓଡ଼ିଆ ପ୍ରବାସୀ ଘରକୁ ଫେରୁଛନ୍ତି । ସେମାନଙ୍କ ଫରିବା ଦ୍ୱାରା ଯେଉଁ ପ୍ରଭାବ ପଡ଼ିବ ତାହା ୧୫ରୁ ୨୦ ଦିନ ମଧ୍ୟରେ କମିଯିବ । ତେଣୁ ଏହି ଚ୍ୟାଲେଞ୍ଜପୂର୍ଣ୍ଣ ଜୁନ ମାସରେ ଆମେ ସତର୍କ ରହିବା । ଜୁନ ମାସ ସାରା ପ୍ରତି ଶନିବାର ଓ ରବିବାର ୧୧ ଜିଲ୍ଲା ସଟଡାଉନ ହେବ । ଜୁନ ମାସରେ ସପ୍ତାହକୁ ୨ ଦିନ, ମାସକୁ ୮ ଦିନ ସଟଡାଉନ । ସଟଡାଉନ ସହ ନାଇଟ କର୍ଫ୍ୟୁ ମାନିବାକୁ ପଡ଼ିବ ବୋଲି ନବୀନ ନିବେଦନ କରିଛନ୍ତି । ଜୁନ ମାସରେ ସଟଡାଉନ ୮ ଦିନ ଏବଂ ପ୍ରତିଦିନ ରାତି ୭ରୁ ଭୋର ୫ ପୂରା ୧୦ ଘଣ୍ଟା କର୍ଫ୍ୟୁ ମାନିବା ଅର୍ଥାତ ୩୦ ଦିନରେ ୩୦୦ ଘଣ୍ଟା କର୍ଫ୍ୟୁ ସହ ୮ ଦିନ ସଟଡାଉନ ନିୟମ ମାନି ଜୁନରେ ଆମେ ମୋଟ ୧୭ ଦିନ ଘରେ ରହି କରୋନା ଠାରୁ ଦୂରରେ ରହିବା । ଆପଣ ମୋତେ ସହଯୋଗ କରନ୍ତୁ ସଚେତନ ରୁହନ୍ତୁ କାରଣ ଆପଣଙ୍କ ସୁରକ୍ଷା ମୋର ଦାୟିତ୍ୱ ।