କନକ ବ୍ୟୁରୋ: ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ କରଣ ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପୁରୀରେ ପହଞ୍ଚି ମନ୍ଦିର ଚାରିପାଖ ଉନ୍ନତୀକରଣ କାମର ସମୀକ୍ଷା କରିଛନ୍ତି ନବୀନ । ସନ୍ଧ୍ୟା ୫ଟାରେ ପହଞ୍ଚି ଶ୍ରୀମନ୍ଦିର ଆଗରେ ବୁଲି ବୁଲି କାମ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ସମୀକ୍ଷା ପରେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ଶ୍ରୀମନ୍ଦିର ଉନ୍ନତୀକରଣ କାମ କେତେ ବାଟ ଆଗେଇଛି ମୁଁ ତାହା ଦେଖିବାକୁ ଆସିଛି ।
ତେବେ ଆଗାମୀ ୩ ମାସ ମଧ୍ୟରେ ଆଉ ୫ଟି ପକଳ୍ପ କାମ ଆରମ୍ଭ ହେବାକୁ ଯାଉଛି । ଜେଲରୋଡର ବିକାଶ, ଶ୍ରୀ ସେତୁ କାମ ଆଦି ହେବାକୁ ଯାଉଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ତେବେ ଚାଲି ଚାଲି ମୁଖ୍ୟମନ୍ତ୍ରୀ ସମୀକ୍ଷା କରି ପୁରୀରୁ ଫେରିଛନ୍ତି ।
ସେପଟେ ଗତ ଜାନୁଆରି ୧୬ରେ ଶେଷଥର ଲାଗି ଶ୍ରୀମନ୍ଦିର ଆସିଥିଲେ ମୁଖ୍ୟମନ୍ତ୍ରୀ । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଂହଦ୍ୱାରରେ ଦ୍ୱୀପ ପ୍ରଜ୍ଜ୍ବଳନ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇବା ସହିତ କହିଥିଲେ ଯେ ସେ ମହାପ୍ରଭୁଙ୍କ ଦର୍ଶନ କରି ଖୁବ୍ ଖୁସି। ଏଥିସହ ଆଗକୁ ପୁରୀକୁ ଆହୁରି ସୁନ୍ଦର କରାଯିବ ବୋଲି ସେ ଘୋଷଣା କରିଥଲେ । ସେଦିନ ସେ ଶ୍ରୀମନ୍ଦିରର ସୌନ୍ଦର୍ୟ୍ୟକରଣ କାମର ସମୀକ୍ଷା କରିଥିଲେ। ଗତ ଜାନୁଆରି ୧୬ରେ ଶ୍ରୀଜିଉଙ୍କ ଦର୍ଶନ ସାରି ମନ୍ଦିର ଭିତରେ ପ୍ରାୟ ୨୦ମିନିଟ୍ ସମୟ ରହିବା ପରେ ମୁଖ୍ୟମନ୍ତ୍ରୀ ପୁରୀ ମୁନସିପାଲିଟି ମାର୍କେଟରେ ପହଞ୍ଚି ଶ୍ରୀକ୍ଷେତ୍ରର ନବକଳେବର ପାଇଁ ୫୧୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେବାକୁ ଥିବା ୭ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ୫‘ଟି’ ସଚିବ ଭି କେ ପାଣ୍ଡିଆନ୍ ମଧ୍ୟ ପୁରୀ ଗସ୍ତରେ ଯାଇଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/41-4.jpg)