ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ଓଡିଆ ଭାବେ ଅନୁଭବ କରେ ଗର୍ବ, ଦେବୀପ୍ରସନ୍ନଙ୍କୁ ମିଳିଲା ପ୍ରଥମ ଓଡ଼ିଆ ଭାଷା ସମ୍ମାନ

124

କନକ ବ୍ୟୁରୋ : ଓଡିଆ ଜାତିର ଗର୍ବ ଓ ଗୌରବ, ବନ୍ଦେ ଉକ୍ରଳ ଜନନୀ ଗୀତ ଗାନ ସହ ଆରମ୍ଭ ହୋଇଛି ଓଡିଆ ଭାଷା ମହୋତ୍ସବ । ଭୁବନେଶ୍ୱର ଜନତା ମଇଦାନରେ ବର୍ଣ୍ଣାଢ଼୍ୟ ପରିବେଶରେ ଆୟୋଜିତ ହୋଇଛି ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ । ଓଡିଆ ଭାଷା ଜଗତର ବହୁ ବିଶିଷ୍ଟ ଲେଖକ, ସାହିତ୍ୟକ ଓ କବିଙ୍କ ଉପସ୍ଥିତିରେ, ଏହି ଭାଷା ମହାକୁମ୍ଭର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଯୋଡି ହୋଇଛି, ଓଡିଆ ଭାଷା ଇତିହାସରେ ନୂଆ ଫର୍ଦ ।

ଭାଷା ସମ୍ମିଳନୀରେ ଶୋଭା ପାଉଛି ଓଡିଆ ଭାଷାର ଅସ୍ମିତା । ଅ, ଠାରୁ ଆରମ୍ଭ କରି ଲ ପର୍ଯ୍ୟନ୍ତ ଅକ୍ଷର, ଓଡିଆ ଭାଷାର ପରିଚୟ ଦେଉଛି । ଅତୀତ, ବର୍ତମାନ ଓ ଭବିଷ୍ୟତକୁ ଦର୍ଶାଉଛି । ଓଡିଆ ଭାଷା ଏବଂ ଲିପିର ଉତ୍ପତି ଓ ବିବର୍ତନ, ପ୍ରାଚୀନ ପ୍ରସ୍ତର ଅଭିଲେଖ, ତାମ୍ରଫଳକ, ତାଳପତ୍ର, ପୋଥି,କଳିଙ୍ଗଶୈଳୀର ମନ୍ଦିର ସ୍ଥାପତ୍ୟ, ଓଡିଶାର ନୌବାଣିଜ୍ୟ ସମ୍ପର୍କିତ କଳାକୃତିଗୁଡିକର ସୁଦୃଶ୍ୟ ଚିତ୍ରପଟ୍ଟ ମାଧ୍ୟମରେ ପ୍ରଦର୍ଶିତ ହୋଇଛି । ଏସବୁ ଓଡିଆ ଭାଷା ଇତିହାସ ସମ୍ପର୍କରେ ଜାଣିବାର ନୂଆପିଢ଼ି ପାଇଁ ଏକ ସୁଯୋଗ ଆଣିଛି ।

ଏହି ଅବସରରେ ଆଦିକବି ସାରଳା ଦାସଙ୍କୁ ସମ୍ମାନ ଜଣାଇବା ସହିତ ଓଡିଆ ଭାଷାର ଗୌରବ, ବୃଦ୍ଧି କରିଥିବା, ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ଭାଷା ସମ୍ମାନରେ ସମ୍ମାନିତ ହୋଇଥିବା ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ କହିଛନ୍ତି, ଏ ସମ୍ମାନ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସମ୍ମାନ ।

ପ୍ରଥମ ଓଡିଆ ଭାଷା ସମ୍ମିଳନୀ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲେ ବି, ସାରାରାଜ୍ୟରେ ଗୁଂଜରଣ ସୃଷ୍ଟି ହୋଇଥିଲା । ସାରାରାଜ୍ୟରେ ଶୁଭୁଥିଲା ବନ୍ଦେ ଉକ୍ରଳ ଜନନୀ । କଟକ, କେନ୍ଦ୍ରାପଡା, ପାଟକୁରା, ଯାଜପୁର, ଜଳେଶ୍ୱର, ରେଡିଓଚକଲେଟ୍, କିସ୍ । ଏଥିସହ ଏହି ସମ୍ମିଳନୀରେ ୪ଟି ଦେଶର ଭାଷା ବିଶେଷଜ୍ଞଙ୍କ ସମେତ ୧୦୦ରୁ ଅଧିକ ବିଦ୍ୱାନ ଏକତ୍ରିତ ହୋଇଛନ୍ତି । ହଜାର ହଜାର ସଂଖ୍ୟାରେ ସ୍କୁଲ ଛାତ୍ରଛାତ୍ରୀ ଭାଷା ମହାକୁମ୍ଭକୁ ବୁଲି ଦେଖିଛନ୍ତି ।