ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନବୀନଙ୍କ ମାରାଥନ ପ୍ରଚାର । କେନ୍ଦୁଝର ଆନନ୍ଦପୁର, ଭଦ୍ରକ ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅପିଲ୍

Advertisment
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନବୀନଙ୍କ ମାରାଥନ ପ୍ରଚାର । କେନ୍ଦୁଝର ଆନନ୍ଦପୁର, ଭଦ୍ରକ ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅପିଲ୍

କନକ ବ୍ୟୁରୋ : ଭଦ୍ରକ ଓ କେନ୍ଦୁଝର ଲୋକସଭା ଆସନର ୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଆଜି ମାରାଥନ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦୁଝର ଓ ଆନନ୍ଦପୁରରେ ମୁଖ୍ୟମନ୍ତ୍ରୀ ଜନସଭାକୁ ସମ୍ବୋଧିତ କରି ସରକାରଙ୍କ ବିଭିନ୍ନ ବିକାଶମୂଳକ କାମ ଉପରେ ଲୋକଙ୍କ ମତାମତ ଲୋଡିଥିଲେ । ଆଉ ବିରୋଧୀଙ୍କୁ ବି ଟାର୍ଗେଟ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ମିଛ ଓ ଅପପ୍ରଚାର ବିରୋଧୀଙ୍କ ଅସ୍ତ୍ର । ବିକାଶ ବିଜେଡିର ଅସ୍ତ୍ର । କୁମ୍ଭୀର କାନ୍ଦଣା ଚଳିବନି । କେନ୍ଦୁଝର ଲୋକସଭା ଆସନ ପାଇଁ ବିଜେଡିର ଧର୍ନୁଜୟ ସିଦ୍ଧୁ ଓ ବିଜେଡିର ୭ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ନବୀନ ପଟ୍ଟନାୟକ ।

ଭଦ୍ରକ ଲୋକସଭା ଆସନରେ ଏଥର ବିଜେଡି-ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ବିଜେଡିରୁ ମଂଜୁଲତା ମଣ୍ଡଳ ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ଲଢୁଛନ୍ତି ଅଭିମନ୍ୟୁ ସେଠୀ । ତେଣୁ ଭଦ୍ରକର ଭଣ୍ଡାରୀ ପୋଖରୀରେ ଆୟୋଜିତ ସଭାରେ ଭଦ୍ରକ ଲୋକସଭା ପାଇଁ ବିଜେଡ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ । ଏହି ସଭାରେ ବିଜେଡି ନେତା ଭି.କେ.ପାଣ୍ଡିଆନ ଉପସ୍ଥିତ ରହି ବିରୋଧୀଙ୍କୁ ଟାର୍ଗେଟ କରିଥିଲେ ।

ଭଦ୍ରକରେ ଜୁନ ପହିଲା ଓ କେନ୍ଦୁଝରରେ ମେ ୨୫ରେ ଭୋଟ ପଡିବ । ତେଣୁ ପ୍ରଚାର ଏବେ ଏଠାରେ ଜୋରସୋରରେ ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe