ଚାଷୀଙ୍କ ବିକାଶ ପାଇଁ ନବୀନ ସରକାରଙ୍କ ବଡ ଘୋଷଣା । ବିନା ସୁଧରେ ମିଳିବ ୧.୫ ଲକ୍ଷ ଟଙ୍କାର ଋଣ, ମାଗଣା ବିଜୁଳି

77

କନକ ବ୍ୟୁରୋ : ରାଜ୍ୟ ସରକାର ରାଜ୍ୟର ଚାଷୀ ଭାଇମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ୨୦୨୪ ନିର୍ବାଚନରେ ଯଦି ପୁଣି ରାଜ୍ୟରେ ବିଜେଡି ସରକାର ଗଠନ ହୁଏ ତେବେ ରାଜ୍ୟର ଚାଷୀମାନଙ୍କୁ ଏସବୁ ସୁବିଧା ଉପଲବ୍ଧ କରାଯିବ ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ଯଦି ରାଜ୍ୟରେ ପୁଣି ବିଜେଡି ସରକାର ଗଠନ ହୁଏ ତେବେ ରାଜ୍ୟର ସମସ୍ତ ଚାଷୀଙ୍କୁ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ପ୍ରଦାନ କରାଯିବ । ଏହାସହ ଚାଷୀମାନେ ଯେତେବେଳେ ଝିଅ ବାହାଘର କରିବେ ସେତେବେଳେ ରାଜ୍ୟ ସରକାରଙ୍କ ତରଫରୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ । କେବଳ ସେତିକି ନୁହେଁ ଚାଷୀମାନେ ସେମାନଙ୍କ ଫସଲ ବିକ୍ରି କରିବାକୁ ଯାଉଛନ୍ତି ସେତେବେଳେ ହନ୍ତସନ୍ତ ହେଉଛନ୍ତି । ଏହାର ସମାଧାନ ପାଇଁ ରାଜ୍ୟ ସରକାର ମଣ୍ଡିଗୁଡିକର ଅତ୍ୟାଧୁନିକ ଗୋଦାମ ଘର ନିର୍ମାଣ କରିବାକୁ ୫୦୦ କୋଟିର ଅନୁଦାନ ପ୍ରଦାନ କରିବେ ।