କନକ ବ୍ୟୁରୋ: ହକି ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ନବୀନଙ୍କ ବଡ ଘୋଷଣା । ବିଶ୍ୱକପ ଜିତିଲେ ପ୍ରତି ଖେଳାଳିଙ୍କୁ କୋଟିଏ ଟଙ୍କା ପ୍ରଦାନ ନେଇ ନବୀନ ଘୋଷଣା କରିଛନ୍ତି । ରାଜ୍ୟ ସରକାର ଖେଳାଳୀଙ୍କୁ ଏହି ଅର୍ଥ ପ୍ରଦାନ କରିବେ । ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳାଳୀଙ୍କୁ ଭେଟିବା ଅବସରରେ ନବୀନ ଏହି ଘୋଷଣା କରିଛନ୍ତି ।
ଆଗାମୀ ଜାନୁଆରୀ ୧୩ରୁ ୨୯ ଯାଏ ଭୁବନେଶ୍ୱର ଏବଂ ରାଉରକେଲାରେ ମିଳିତ ଭାବେ ବିଶ୍ୱକପ ଖେଳାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବିଭିନ୍ନ ଦେଶର ଖେଳାଳୀ ଭୁବନେଶ୍ୱରରେ ପହଞ୍ଚିବା ଆରମ୍ଭ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/3-7.jpg)