ନିର୍ବାଚନୀ ସଭାରେ ନବୀନଙ୍କ ଦମ୍ଭୋକ୍ତି: କହିଲେ, ଚଳିତ ନିର୍ବାଚନରେ କିଙ୍ଗ ମେକର ସାଜିବେ ଆଂଚଳିକ ଦଳ

ନିର୍ବାଚନୀ ସଭାରେ ନବୀନଙ୍କ ଦମ୍ଭୋକ୍ତି: କହିଲେ, ଚଳିତ ନିର୍ବାଚନରେ କିଙ୍ଗ ମେକର ସାଜିବେ ଆଂଚଳିକ ଦଳ

କନକ ବ୍ୟୁରୋ: ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଢେଙ୍କାନାଳ ଲୋକସଭା ଏବଂ ତତସଂଲଗ୍ନ ବିଧାନସଭା ଆସନ ପାଇଁ ମତଦାନ ହେବ । ଏହି ପ୍ରରିପେକ୍ଷୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି ଖୋଦ୍ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ଢେଙ୍କାନାଳରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଭୋଟ୍ ମାଗିଛନ୍ତି ନବୀନ । ଏହିକ୍ରମରେ ଆଠମଲ୍ଲିକରେ ଜନସଭାରେ ଯୋଗ ଦେଇଛନ୍ତି ନବୀନ । ତେବେ ଆଠମଲ୍ଲିକ ସଭାମଂଚରୁ ବି କେନ୍ଦ୍ରକୁ ଟାର୍ଗେଟ କରିବାକୁ ଭୁଲି ନାହାଁନ୍ତି ନବୀନ । କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି କିନ୍ତୁ କେନ୍ଦ୍ରର ବିଜେପି ସରକାର ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି ବୋଲି ଅଭିଯୋଗକୁ ଦୋହରାଇଛନ୍ତି ନବୀନ । ସେ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ଏବଂ ବିଜେଡି ସରକାର ପୁନର୍ବାର ଶାସନକୁ ଆସିଲେ ସରକାର ଗଠନର ପ୍ରଥମ ଦିନରେ ହିଁ କାଳିଆ ଯୋଜନାର ୨ କିସ୍ତି ବାବଦକୁ ୧୦ ହଜାର ଟଙ୍କା ମିଳିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ନବୀନ ।

publive-image

ବିଜେଡି ସୁପ୍ରିମୋ କହିଛନ୍ତି, ବିଜେଡି ସରକାର ସବୁବେଳେ ମହିଳାଙ୍କୁ ଅଗ୍ରାଧିକାର ଦେଇଛି । ସେହିଭଳି କେନ୍ଦ୍ରୀୟ ଯୋଜନାରେ ମହିଳାଙ୍କ ସ୍ୱାସ୍ଥ୍ୟ ସୁବିଧା ପାଇଁ ଯେଉଁଠି ୫ ଲକ୍ଷ ଆର୍ଥିକ ସହାୟତା ଦେଉଥିବା ବେଳେ ସେଠି ବିଜେଡି ସରକାର ତାର ଡବଲ ଦେଉଛି । ସେହିପରି ମିଶନ ଶକ୍ତି ମା’ମାନଙ୍କୁ ୫ ଲକ୍ଷ ଟଙ୍କାର ବିଜନେସ ଦେବାକୁ ଘୋଷଣା କରିଛି ବିଜେଡି । ମହିଳାମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ ଇଂଜିନ ।

publive-image

କେନ୍ଦ୍ରକୁ କଡା ଭାଷରେ ସମାଲୋଚନା କରି ନବୀନ କହିଛନ୍ତି, ନିର୍ବାଚନ ସମୟରେ କେନ୍ଦ୍ରର ବଡ ବଡ ନେତାମାନଙ୍କର ଓଡିଶାକୁ ମାରାଥନ ଗସ୍ତ କରୁଛନ୍ତି । ଭୋଟ୍ ମାଗୁଛନ୍ତି । ଫାଇଲିନ, ହୁଡୁହୁଡି ଏବଂ ମରୁଡି ସମୟରେ କୁଆଡେ ଯାଇଥିଲେ, ଦୁଇଗୁଣା ଏମଏସପି କୁଆଡେ ଗଲା । ମହାନଦୀ ପାଣି କାହିଁକି ବନ୍ଦ କଲେ , ଏସସି-ଏସଟି ପିଲାଙ୍କ ସ୍କଲାର୍ସିପ କାହିଁକି ବନ୍ଦ କଲେ ବୋଲି ଢେଙ୍କାନାଳବାସୀଙ୍କୁ ତାଙ୍କୁ ପ୍ରଶ୍ନ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

publive-image

ନବୀନ ଆହୁରୀ ମଧ୍ୟ କହିଛନ୍ତି, ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପରେ ବିଜେପି ଛାନିଆ ହୋଇଗଲାଣି । ଆଉ ସେଥିପାଇଁ ବିଜେପି ନେତାମାନେ ଇଭିଏମ ଭାଙ୍ଗିବା ଆରମ୍ଭ କରିଦେଇଛନ୍ତି । ଆଇନକୁ ସମ୍ମାନ ଦେଇ ଜାଣିନାହାନ୍ତି ବୋଲି କହି ବିଜେପିକୁ କଡା ଭାଷାରେ ସମାଲୋଚନା କରିବା ସହ ୨୦୧୯ରେ କେନ୍ଦ୍ରରେ କୌଣସି ଦଳ ସଂଖ୍ୟାଗରିଷଅଠତା ପାଇବେନି ଏବଂ କେନ୍ଦ୍ରରେ ସରକାର ଗଠନରେ ଆଂଚଳିକ ଦଳର ଭୂମିକା ରହିବ ଏବଂ ଚଳିତ ନିର୍ବାଚନରେ ଆଂଚଳିକ ଦଳମାନେ ହିଁ ଅସଲ କିଙ୍ଗ ମେକର ହେବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe