କନକ ବ୍ୟୁରୋ: ଉପନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ । ଆସନ୍ତାକାଲି ତିର୍ତୋଲ ଆସନ ପାଇଁ ଡିଜିଟାଲ ପ୍ରଚାର କରିବେ ନବୀନ ପଟ୍ଟନାୟକ । ସେହିପରି ୨୯ ତାରିଖରେ ବାଲେଶ୍ୱର ପାଇଁ ଡିଜିଟାଲ ପ୍ଲାଟଫର୍ମରେ ବିଜେଡି ମୁଖ୍ୟ ପ୍ରଚାର କରିବେ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି ।
ବାଲେଶ୍ୱର ଓ ତିର୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର ସରଗରମ ରହିଛି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ରାଜ୍ୟର ତିନି ରାଜନୈତିକ ଦଳ ପକ୍ଷରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି ଜୋରଦାର ପ୍ରଚାର କରାଯାଉଛି । ମତଦାନ ପାଇଁ ହାତ ଗଣତି ଦିନ ରହିଥିବା ବେଳେ ଉପନିର୍ବାଚନ ପ୍ରଚାର ମୈଦାନକୁ ବିଜେଡି ସୁପ୍ରିମୋ ଓହ୍ଲାଇବା ବେଶ ଗୁରୁତ୍ୱ ରଖୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/21-26.jpg)