କନକ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଗସ୍ତ କରିବେ । ସୁନ୍ଦରଗଡରେ ୧୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ଭବାନୀ ଭବନ ପଡିଆରେ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେବେ  ।  ସୁନ୍ଦରଗଡ ଷ୍ଟାଡିୟମରେ ପହଚିଂବା ପରେ ସେଠାରେ ହିଁ ୧୫୨୬ କୋଟିର ୧୫୦ ଗୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ।

Advertisment

publive-image

ଏହା ମଧ୍ୟରେ ସୁନ୍ଦରଗଡର ଇବ ନଦୀ କୂଳରେ  ୮୫ କୋଟି ଟଙ୍କା ବ୍ୟୟରେ ରିଂ ରୋଡ ଓ ଭୋଜପୁର ନିକଟ ଇବ  ନଦୀ ଉପରେ ୧୬ କୋଟି ଟଙ୍କା ବ୍ୟୟରେ ପୋଲ, ୨୨ କୋଟି ୮୫ ଲକ୍ଷ ଟଙ୍କା ବ୍ୟୟରେ ଭବାନୀଭବନ ପଡିଆର ଉନ୍ନତିକରଣ  ସହ ଜିଲ୍ଲାର ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।