ବିଜୁ ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନାରେ ଯୋଡି ହେଲା ରାୟଗଡ଼ା : ଭର୍ଚୁଆଲ ମୋଡରେ ହିତାଧିକାରୀଙ୍କୁ କାର୍ଡ ବଂଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

103

କନକ ବ୍ୟୁରୋ : ବିଜୁ ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନାରେ ଯୋଡି ହେଲା ରାୟଗଡ଼ା ଜିଲ୍ଲା । ଭର୍ଚୁଆଲ ମୋଡରେ ହିତାଧିକାରୀଙ୍କୁ କାର୍ଡ ବଂଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାର ୨ ଲକ୍ଷ ୫୨ ହଜାର ୧୯୧ ପରିବାରର ୮ ଲକ୍ଷ ୩୪ ହଜାର ୫୭୦ ହିତାଧିକାରି ଏହି ଯୋଜନାରେ ସୁଫଳ ପାଇବେ । ଏହା ସହ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ବିଜୁ ସ୍ମାର୍ଟ ହେଲ୍ଥ କାର୍ଡ ଜରିଆରେ ପରିବାରର ସବୁ ସଦସ୍ୟଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଓ ମହିଳାଙ୍କ ପାଇଁ ବର୍ଷକୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ପ୍ରଦାନ କରାଯିବ । ରାୟଗଡ ଜିଲ୍ଲା ସଦର ମହକୁମାର ଜିସିଡି ପଡିଆରେ କାର୍ଡ ବଟଂନ କାର୍ଯ୍ୟକ୍ରମ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରୁ ଏହି ଯୋଜନାର ଶୁଭାରମ୍ଭ କରିବା ପରେ ରାୟଗଡାରେ ଉପସ୍ଥିିତ ମନ୍ତ୍ରୀ ଓ ବିଧାୟକ ବିଭିନ୍ନ ହିତାଧିକାରିଙ୍କୁ କାର୍ଡ ବଟଂନ କରିଥିଲେ ।