କରୋନା ମୁକାବିଲା ନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ: କହିଲେ, ସହଯୋଗ କଲେ ଇତିହାସ ରଚିବ ଓଡିଶା, ହେଳା କଲେ ଆସିବ ମହାବିପଦ

ପ୍ରବାସୀ ଓଡିଆଙ୍କ ଯତ୍ନ ନେବାକୁ ପରାମର୍ଶ

2,390

କନକ ବ୍ୟୁରୋ: କରୋନା ଲଢେଇରେ ଜିତିବା ପାଇଁ ଅଂଟା ଭିଡିଛି ଓଡିଶା । ରାଜ୍ୟରେ କରୋନା ମହାମାରୀର ପ୍ରକୋପ ବଢି ଚାଲିଥିବା ବେଳେ ଏହାର ଗତିପଥ ରୋକିବା ପାଇଁ ରାଜ୍ୟ ସରକାର ନେଇଚାଲିଛନ୍ତି ଗୋଟିଏ ପରେ ଗୋଟିଏ ଐତିହାସିକ ପଦକ୍ଷେପ । ଇତିମଧ୍ୟରେ ଲାତାବନ୍ଦ କଟକଣା ଯୋଗୁଁ ବାହାର ରାଜ୍ୟରେ ଫଶିରଥିବା ଓଡିଆଙ୍କୁ ସ୍ୱରାଜ୍ୟ ଫେରାଇଆଣିବା ଭଳି ନିଷ୍ପତି ନେବା ପରେ ଏହାର ଗୁରୁତ୍ୱ ଆହୁରି ବଢିଯାଇଛି । ତେଣୁ ରାଜ୍ୟରେ ସଂକ୍ରିମତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବାହାର ରାଜ୍ୟର ସଂକ୍ରିମତ ଅଂଚଳରୁ ପ୍ରବାସୀ ଓଡିଆଙ୍କୁ ସ୍ୱରାଜ୍ୟ ଫେରାଇଆଣିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ତେବେ ଏଭଳି ପରିସ୍ଥିତିରେ ବାହାରୁ ଫେରୁଥିବା ଓଡିଆ ଭାଇଭଉଣୀଙ୍କ ପ୍ରତି ଘୃଣାଭାବ ନଦେଖାଇ ବରଂ ଭଲଭାବ ପୋଷଣ କରିବାକୁ ଆଜି ଭିଡିଓ ବାର୍ତ୍ତା ଜରିଆରେ ଓଡିଶାବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭିଡିଓ ବାର୍ତ୍ତା ଜରିଆରେ ରାଜ୍ୟବାସୀଙ୍କ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ଯେ,ସମସ୍ତେ ସହଯୋଗ କଲେ ଓଡିଶା ଇତିହାସ ରଚିବ ବୋଲି କହିଛନ୍ତି ନବୀନ । ଏବଂ ହେଳା କଲେ ମହାବିପଦ ଆସିବ । ମାତ୍ର ୧୦ ପ୍ରତିଶତ ଲୋକଙ୍କ ଭୁଲ ଯୋଗୁ ସମସ୍ୟା ୧୦୦ ଗୁଣ ବଢିପାରେ । ସତର୍କ ରହିଲେ ବିପଦକୁ ଏଡାଇପାରିବା । ପଶ୍ଚିମବଙ୍ଗରୁ ଫେରୁଥିବା ଲୋକଙ୍କ ଯତ୍ନ ନେବା । ରାଜ୍ୟରେ ବର୍ତମାନ କରୋନା ପଜିଟିଭ ମାନଙ୍କ ମଧ୍ୟରୁ କେବେଳ ପଶ୍ଚିମବଙ୍ଗ ଫେରନ୍ତା ହେଉଛନ୍ତି ୫୦ । ପରିସ୍ଥିତି ନିୟନ୍ତ୍ରଣରେ ଅଛି । ଆଗାମୀ କିଛି ଦିନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ନବୀନ ପଟ୍ଟନାୟକ ଭିଡିଓ ବାର୍ତା ମାଧ୍ୟମରେ କହିଛନ୍ତି । ବାହାର ଲୋକ ଆସିଲେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବ । କିନ୍ତୁ ସମସ୍ତେ ସହଯୋଗ କଲେ ପରିସ୍ଥିତି ନିୟନ୍ତ୍ରଣ ରହିବ । ବାହାରୁ ଫେରୁଥିବା ଲୋକଙ୍କ ରେଜିଷ୍ଟ୍ରେସନ କରିବା ସହ ସମସ୍ତଙ୍କୁ କ୍ୱାରେନଟିନ ରଖିବାର ସରକାରଙ୍କୁ ସହାଯୋଗ କରିବା । ଏହା ଦ୍ୱାରା ସେମାନେ ସୁସ୍ଥ ରହିବା ଓ ପରିବାର ସୁସ୍ଥ ରହିବ ବୋଲି ନବୀନ କହିଛନ୍ତି ।