କନକ ବ୍ୟୁରୋ : ୫ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଖର୍ଚ୍ଚ ୩୧ କୋଟି । ୨୦୧୨ ମସିହା ପରଠାରୁ ଏପର୍ଯ୍ୟନ୍ତ ନବୀନଙ୍କ ବିଭିନ୍ନ ସ୍ଥାନକୁ ଗସ୍ତ କରିବା ବାବଦରେ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ଏହି ଟଙ୍କା । ବିଜେପି ବିଧାୟକ ଦିଲୀପ ରାୟଙ୍କ ଏକ ପ୍ରଶ୍ନର ଉତରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଆଜି ଗୃହକୁ ଏହି ତଥ୍ୟ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବିଭିନ୍ନ ସମୟରେ ରାଜ୍ୟ ତଥା ରାଜ୍ୟ ବାହାରକୁ ହେଲିକପ୍ଟର ଓ ଚାଟାର୍ଡ ଫ୍ଲାଇଟରେ ଯାଇଥିବା ବେଳେ କେବଳ ଏଥିପାଇଁ ଖର୍ଚ୍ଚ ହୋଇଛି ୩୦ କୋଟିରୁ ଅଧିକ ଟଙ୍କା । ଏହା ବ୍ୟତୀତ ଅନ୍ୟାନ୍ୟ ବିମାନ ଗସ୍ତ ପାଇଁ ପ୍ରାୟ ୨୦ ଲକ୍ଷ ବ୍ୟୟ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ପାଇଁ ବ୍ୟବହାର କରାଯାଉଥିବା ୨ଟି କାର୍ ବାବଦରେ ମଧ୍ୟ ଗତ ୫ ବର୍ଷରେ ପାଖାପାଖି ୧୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/vlcsnap-2017-02-28-21h13m32s272.png)