ବିଧାନସଭାରେ ମହିଳା ଓ ନାବାଳିକା ନିର୍ଯାତନା ପ୍ରସଙ୍ଗରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ : କହିଲେ, ନାରୀ ସୁରକ୍ଷା ପାଇଁ ସରକାର ଦେଉଛନ୍ତି ଗୁରୁତ୍ୱ, ୫୩୭ଟି ଥାନାରେ ଖୋଲାଯାଇଛି ମହିଳା ଡେସ୍କ

29

କନକ ବ୍ୟୁରୋ : ଏପଟେ ଆଜି ବିଧାନସଭାରେ ଜୋର ଧରିଛି ମହିଳା ଓ ନାବାଳିକାଙ୍କ ପ୍ରତି ହିଂସା ମାମଲା । ବିରୋଧୀ କଂଗ୍ରେସର ମୁଲତବୀ ନୋଟିସ୍ ଉପରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ସରକାର ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । । ୫୩୭ ଥାନାରେ ମହିଳା ଡେସ୍କ ଖୋଲାଯାଇଛି । ୬ଟି ମହିଳା ଥାନା ଜରିଆରେ ମହିଳାଙ୍କ ସୁରକ୍ଷା ପାଇଁ ଧ୍ୟାନ ଦିଆଯାଉଛି । ରାଉରକେଲା, ବ୍ରହ୍ମପୁର,ସମ୍ବଲପୁରରେ ନୂତନ ସାଇବର କ୍ରାଇମ ଥାନା କାର୍ଯ୍ୟକାରୀ ହେଉଛି । ୯୪୩ ମାମଲାକୁ ରେଡ ଫ୍ଲାଗ ବର୍ଗରେ ଅନ୍ତର୍ଭୁକ୍ତ କରି ତଦନ୍ତ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ମହିଳାଙ୍କ ଉପରେ ଅତ୍ୟାଚାର, ବିଶେଷ କରି ନାବାଳିକାଙ୍କ ପ୍ରତି ହେଉଥିବା ଦୁଷ୍କର୍ମ ପ୍ରସଙ୍ଗରେ ଆଲୋଚନା ପାଇଁ କଂଗ୍ରେସ ଦାବି କରିଥିଲା ।

ସୂଚନାଯୋଗ୍ୟ, ଆଜି ବିଧାନସଭାରେ ମୁଲତବୀ ନୋଟିସ ଆଣିଥିଲା ବିରୋଧୀ କଂଗ୍ରେସ । ମୁଲତବୀ ପ୍ରସ୍ତାବର ଶୀର୍ଷକ ରହିଥିଲା- ‘’ମହିଳା ଓ ନାବାଳିକା ପ୍ରତି ହିଂସା ବଢୁଛି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ।’’ ମହିଳାଙ୍କ ଉପରେ ଅତ୍ୟାଚାର, ବିଶେଷ କରି ନାବାଳିକାଙ୍କ ପ୍ରତି ହେଉଥିବା ଦୁଷ୍କର୍ମ ପ୍ରସଙ୍ଗରେ ଆଲୋଚନା ପାଇଁ କଂଗ୍ରେସ ଦାବି କରିଥିଲା । କାଠୁଆ, ଉନ୍ନାଉ ଘଟଣା ପରେ ଓଡିଶାରେ ସୋର, ନୀଳଗିରି ଘଟଣା ଜନମାନସରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଏହି ପ୍ରସଙ୍ଗରେ ବିରୋଧୀ ଆଲୋଚନା ଦାବି କରିବା ପରେ ଏପ୍ରିଲ ୨୦ରେ ଆଲୋଚନା ପାଇଁ ସର୍ବଦଳୀୟ ବୈଠକରେ ନିଷ୍ପିତ୍ତିି ହୋଇଥିଲା । ଏହାରି ଭିତରେ ମୟୂରଭଞ୍ଜ ଠାକୁରମୁଣ୍ଡାରେ ଜଣେ ଆଦିବାସୀ ନାବାଳିକାଙ୍କୁ ନିଶା ଦେଇ ବଳାକ୍ରାର କରିବା ଭଳି ଅଭିଯୋଗ ସାମନାକୁ ଆସିଛି ।