ନିର୍ବାଚନ ପ୍ରଚାର ପାଇଁ ପୂରା ଫିଟ୍ ନବୀନ । ଭାଇରାଲ ହେଲା ବିଜେଡି ସୁପ୍ରିମୋଙ୍କ ବ୍ୟାୟାମ ଭିଡିଓ, ଦେଖନ୍ତୁ ନବୀନଙ୍କ ନିଆରା ଅନ୍ଦାଜର ପୂରା ଝଲକ

1,880

କନକ ବ୍ୟୁରୋ : ନବୀନଙ୍କ ନିଆରା ଅନ୍ଦାଜ । ଭାଇରାଲ ହେଲା ବିଜେଡି ସୁପ୍ରିମୋଙ୍କ ବ୍ୟାୟାମ ଭିଡିଓ । ଗତ ୧୯ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ରହି ଆସିଥିବା ନବୀନ ପଟ୍ଟନାୟକଙ୍କ ଫିଟନେସ ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ନବୀନ ନିଜକୁ ଫିଟ୍ ରଖିବା ପାଇଁ କଣ କରନ୍ତି ତାହାର ଭିଡିଓ ଜାରି କରାଯାଇଛି ।

ଦୀର୍ଘ ୧୮ ବର୍ଷ ଧରି ଧଳା କୁର୍ତ୍ତାରେ ନଜର ଆସୁଥିବା ନବୀନ ଏହି ଭିଡିଓରେ କଳା ଟିସାର୍ଟ ଓ ଟ୍ରାଉଜରରେ ନଜର ଆସିଛନ୍ତି । ଆଉ ନିଜକୁ ଫିଟ୍ ରଖିବା ପାଇଁ ପ୍ରାତଃ ଭ୍ରମଣ ଠାରୁ ଆରମ୍ଭ କରି ନବୀନ ଜିମରେ ଝାଳ ବୁହାଉଥିବାର ଦେଖିବାକୁ ମିଳିଛି । ଏପରିକି ନିଜ ସକାଳ ବ୍ୟାୟାମରେ ସୂର୍ଯ୍ୟ ନମସ୍କାର କରିବା ସହ ଜଗିଂ କରୁଥିବାର ନଜର ଆସିଛନ୍ତି ନବୀନ । ଆଉ ଏହି ନୂଆ ଅନ୍ଦାଜରେ ମଧ୍ୟ ନବୀନଙ୍କୁ ବେଶ ଆକ୍ଟିଭ ମୁଡରେ ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ଏଭଳି ଅନ୍ଦାଜରେ ନଜର ଆସିଥିବା ନବୀନ ଭିଡିଓ ଶେଷରେ ଓଡିଶାବାସୀଙ୍କୁ ଏକ ବାର୍ତ୍ତା ମଧ୍ୟ ଦେଇଛି । ଓଡିଶାବାସୀଙ୍କ ପାଇଁ ଲଢେଇ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ନବୀନ ।