କନକ ବ୍ୟୁରୋ : ସତର୍କ ନରହିଲେ ମାଡ଼ି ଆସିବ ବିପତି । କୋଭିଡ୍ ସ୍ଥିତିର ସମୀକ୍ଷା ପରେ ସତର୍କ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, ଆମ ଅତି ଭୟଙ୍କର ସମୟ ଦେଇ ଗତି କରୁଛି, ଲୋକଙ୍କ ବିନା ସହାୟତାରେ ଓ ଦାୟୀତ୍ୱପୂର୍ଣ୍ଣ କାର୍ଯ୍ୟ ବିନା ଏହାର ମୁକାବିଲା କରିବା ଅସମ୍ଭବ । ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିନା ଲକଡାଉନରେ କୋଭିଡ୍ ମୁକାବିଲା କରିପାରିବା ପାଇଁ ସମସ୍ତେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ମାନିବାକୁ ଆହ୍ୱାନ ଦେଇଛନ୍ତି । ଏଥିସହ କୋଭିଡ୍ ମୁକାବିଲା ପାଇଁ ୬ଟି ଦିଗ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।
- ରାଜ୍ୟରେ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଂଟରରେ ବେଡ୍ ସଂଖ୍ୟା ବୃଦ୍ଧି କରିବା । ବିଶେଷ କରି କିଭଳି ଅଧିକରୁ ଅଧିକ ବେଡରେ ଅକ୍ସିଜେନ୍ ସୁବିଧା ମିଳିପାରିବ ତାଉପରେ ଗରୁତ୍ୱ ଦେବା ଓ ଯୁଦ୍ଧକାଳିନ ଭିତରେ ନିର୍ଦ୍ଧିଷ୍ଟ ସମୟ ଭିତରେ ଏଥିପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ
- ଅକ୍ସିଜେନ ଯୋଗାଣ କିଭଳି ହେଉଛି ତାଉପରେ ନଜର ରଖିବା ସହ ଯେମିତି ସମସ୍ତ ହସ୍ପିଟାଲରେ ଆବଶ୍ୟକ ସରଞ୍ଜାମକୁ ପ୍ରାଥମିକ ଭିତିରେ ପହଁଚାଇବାକୁ ନିର୍ଦ୍ଦେଶ
- ସଂକ୍ରମଣ ବଢ଼ୁଥିବାରୁ ଆଗାମି ଦିନର ଚାହିଦାକୁ ନଜରରେ ରଖି ଅଧିକ ଔଷଧ ମହଜୁତ୍ ରଖିବା
- ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବାକୁ ମିଶନ ଶକ୍ତି ଗ୍ରୁପ୍, ପଂଚାୟତ ପ୍ରତିନିଧିଙ୍କୁ ସାମିଲ କରିବା
- ରାଜ୍ୟରେ କୋଭିଡ୍ ନିୟମ କଡାକଡି ଭାବେ ପାଳନ କରିବା
- ପ୍ରବାସୀ ଶ୍ରମିକମାନେ ଫେରୁଥିବାରୁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ । ଫେରୁଥିବା ପ୍ରବାସୀ ଶ୍ରମିକ ଯେଭଳି ସଂଗରୋଧରେ ରହିବେ ଓ ସେମାନଙ୍କର ଟେଷ୍ଟିଂ ହେବ ତାଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି