କିରାସିନି ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ‘ଫୋନି’ ପ୍ରଭାବିତ ପୁରୀବାସୀଙ୍କ ପାଇଁ ଅତିରିକ୍ତ ୧ ହଜାର ଲିଟର କିରାସିନି ତେଲ ଦେବାକୁ ଜଣାଇଲେ ଦାବି ।

164

କନକ ବ୍ୟୁରୋ: ‘ଫୋନି’ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ୩ ତାରିଖରେ ହୋଇଥିବା ପ୍ରୟଳୟଙ୍କାରୀ ବାତ୍ୟାରେ ଅଧିକ ପ୍ରଭାବିତ ହୋଇଛି ପୁରୀ ଜିଲ୍ଲା । ତେଣୁ ପୁରୀ ଜିଲ୍ଲାର ପ୍ରଭାବିତ ଲୋକଙ୍କୁ ଅତିରିକ୍ତ କୋଟାରେ ଆଉ ଏକ ହଜାର ଲିଟର କିରୋସିନ ତେଲ ଯୋଗାଇ ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ।

ବାତ୍ୟା ‘ଫୋନି’ ପ୍ରଭାବରେ ପୁରୀରେ ବିଦ୍ୟୁତ୍ ସେବା ଅଧିକ ବାଧାପ୍ରାପ୍ତ ହୋଇଛି । ତେଣୁ ଏଠାରେ ବିଦ୍ୟୁତ୍ ସେବା ଯୋଗାଇଦେବା ନେଇ ତ୍ୱରିତ କାର୍ଯ୍ୟ ଚାଲୁଥିଲେ ମଧ୍ୟ ବିଦ୍ୟୁତ୍ ଯୋଗାଣରେ ବିଳମ୍ବ ହୋଇପାରେ । ପ୍ରଭାବିତଙ୍କ ପାଇଁ ଆଲୋକର ମାଧ୍ୟମ ବର୍ତ୍ତମାନ କିରୋସିନ୍ ଉପରେ ନିର୍ଭର କରୁଛି । ତେଣୁ ତୁରନ୍ତ ଏହି ଅତିରିକ୍ତ ୧ ହଜାର ଲିଟର କିରୋସିନ ତେଲ ପ୍ରଦାନ କରିବାକୁ ଚିଠି ଦ୍ୱାରା ଧର୍ମେନ୍ଦ୍ରଙ୍କୁ ଅବଗତ କରାଇଛନ୍ତି ନବୀନ ।

ସେପଟେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତକୁ ଗୁରୁତ୍ୱ ଦେଇ ତୌଳ କମ୍ପାନୀମାନେ ସ୍ଥାନୀୟ ହୋଲସେଲର ମାନଙ୍କୁ ଏହି ଅତିରିକ୍ତ ୧ ହଜାର ଲିଟର କିରୋସିନ ତେଲକୁ ମାଗଣାରେ ଦେବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାଦ୍ୱାରା ପ୍ରଭାବିତ ମାନଙ୍କୁ ଚଳିତ ମାସ କୋଟାରେ ମିଳିପାରିବ । ଯାହାଦ୍ୱାରା ସେମାନେ ଏହାକୁ ବିଭିନ୍ନ କାର୍ଯ୍ୟରେ ଲଗାଇପାରି ଉପକୃତ ହୋଇପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।