କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ସିବିଏସଇ ପରୀକ୍ଷା ଫି’ ବୃଦ୍ଧିକୁ ପୁର୍ନବିଚାର କରିବାକୁ ଦାବି ଜଣାଇଲେ ନବୀନ ।

କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ସିବିଏସଇ ପରୀକ୍ଷା ଫି’ ବୃଦ୍ଧିକୁ ପୁର୍ନବିଚାର କରିବାକୁ ଦାବି ଜଣାଇଲେ ନବୀନ ।

କନକ ବ୍ୟୁରୋର: କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ସିବିଏସଇ ପରୀକ୍ଷା ଫି’ରେ ଅତ୍ୟଧିକ ବୃଦ୍ଧି କରିଥିବା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବୀନ । ତେବେ ଏହି ବର୍ଦ୍ଧିତ ଫି’କୁ ନେଇ ପୁର୍ନବିଚାର କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରିକି ସିବିଏସଇ ଏସ/ଏସଟି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି ବୃଦ୍ଧି ଚକିତ କରିଛି, କାରଣ ୨୪ ଗୁଣା ଫି’ ବୃଦ୍ଧିକୁ ପୁର୍ନବିଚାର କରିବାକୁ ନବୀନ ଚିଠି ଦ୍ୱାରା କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ସିବିଏସଇ ପରୀକ୍ଷା ଫି’କୁ ଏସସି ଓ ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାୟ ୫୦ ଗୁଣ ଅର୍ଥାତ ୫୦ ଟଙ୍କାରୁ ୧୨ଶହ ଟଙ୍କାକୁ ବୃଦ୍ଧି କରିଛନ୍ତି । ସେହିପରି ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫି’ ୭୫୦ ଟଙ୍କାରୁ ୧୫ଶହ ଟଙ୍କାକୁ ବଢ଼ାଇଛନ୍ତି । ଏଥିସହ ଲେଟ୍ ଫି’ ୨ ହଜାର ଟଙ୍କା ରଖାଯାଇଛି । ଅତିରିକ୍ତ ବିଷୟରେ ପରୀକ୍ଷା ପାଇଁ ୩ ଶହ ଟଙ୍କା ଏବଂ ମାଇଗ୍ରେସନ ବାବଦକୁ ୩୫୦ ଟଙ୍କା ଫି’ ଘୋଷଣା କରାଯାଇଛି ।

ସେପଟେ ଏଭଳି ଫି’ ବୃଦ୍ଧିକୁ ନାପସନ୍ଦ କରି ରାଜ୍ୟ ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ସିବିଏସଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବାକୁ ନିବଦେନ କରିଥିଲେ । ଏଥିସହ ବର୍ଦ୍ଧିତ ଫି’ ପ୍ରତ୍ୟାହାର କରି ନେବାକୁ ମହାସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, ସ୍କୁଲ ଏଜୁକେସନ ଆଣ୍ଡ ଲିଟେରାସି ବିଭାଗ ସଚିବ ଲିନା ରୟ ଏବଂ ସିବିଏସଇ ଅଧ୍ୟକ୍ଷ ଅନିତା କରୱାଲଙ୍କ ନିକଟକୁ ପତ୍ର ଲେଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe