୨୫ ଲକ୍ଷ ଟିକା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ଖୋଲା ବଜାରରେ ଟିକା ଦେବା ପାଇଁ ପ୍ରସ୍ତାବ ଦେଲେ ନବୀନ ।

ଟିକା ଅଭାବରୁ ହଜାରେରୁ ଅଧିକ କେନ୍ଦ୍ରରେ ଟିକାକରଣ ବନ୍ଦ

112

କନକ ବ୍ୟୁରୋ: ଦେଶରେ ବଢୁଥିବା ସଂକ୍ରମଣର ସଂଖ୍ୟା ଏବଂ ଭୂତାଣୁର ନୂଆ ନୂଆ ରୂପ ପରିବର୍ତନ ଭିତରେ, ଟିକାକରଣ ହେଉଛି ବର୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା । ଭୂତାଣୁ ବିରୋଧୀ ଲଢ଼େଇରେ କୋଭିଡ୍ କଟକଣା ତ ରହିବ ହିଁ ରହିବ, ଆଉ ତାସହ ଲୋକଙ୍କୁ ଟିକା ଦେବା ମଧ୍ୟ ଜରୁରୀ । ଯେତେବେଳେ ଓଡ଼ିଶାରେ ଟିକା ଅଭାବ ଦେଖା ଦେଇଛି, ଠିକ୍ ସେତେବେଳେ ଟିକାକରଣ ନେଇ ପ୍ରଧାନମନ୍ତ୍ରୀଙ୍କ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଓଡ଼ିଶାରେ ଦୈନିକ ୩ଲକ୍ଷରୁ ଅଧିକ ଡୋଜ୍ ଟିକା ଦେବାର କ୍ଷମତା ରହିଛି । ଟିକାକୁ ନେଇ ଲୋକଙ୍କ ମଧ୍ୟରେ ବି ବେଶ ଉତ୍ସାହ ରହିଛି । ଦୈନିକ ୩ଲକ୍ଷ ଟିକା ଦେବା ଲକ୍ଷ୍ୟକୁ ପୂରଣ କରିବା ପାଇଁ ୨୫ ଲକ୍ଷ ଡୋଜ୍ ଟିକା ଯୋଗାଇ ଦିଆଯାଉ । ଠିକ୍ ସମୟରେ ସଠିକ୍ ପରିମାଣରେ ଟିକା ଯୋଗାଇ ଦେଲେ ଓଡ଼ିଶାରେ ଟିକାକରଣ ପ୍ରକିୟାକୁ ତ୍ୱରାନ୍ୱିତ ହୋଇପାରିବ ବୋଲି ନବୀନ ଲେଖିଛନ୍ତି । ସେହିପରି ଏହି ଚିଠିରେ ମୁଖ୍ୟମନ୍ତ୍ରୀ ୪ଟି ପ୍ରସ୍ତାବ ମଧ୍ୟ ଦେଇଛନ୍ତି ।

୧-ସରକାରୀ ବ୍ୟବସ୍ଥା ବାହାରେ ଖୋଲା ବଜାରରେ ମଧ୍ୟ କରୋନା ଟିକା ଉପଲବ୍ଧ କରାଇପାରେ

୨- ବିଶ୍ୱସ୍ତରରେ ଅନୁମତି ପାଇଥିବା ଟିକାକୁ ସରକାର ମଧ୍ୟ ଅନୁମତି ଦିଅନ୍ତୁ, ଯାହା ଫଳରେ ଟିକା ଚାହିଦା ପୂରଣ ହୋଇପାରିବ

୩- ଟିକା ଉତ୍ପାଦନ କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସହଯୋଗ କରିବା ଆବଶ୍ୟକ

୪- ମେଟ୍ରୋ ସହର ଗୁଡ଼ିକରେ ଟିକାକରଣର ବୟସକୁ କୋହଳ କରାଯାଉ । କାରଣ, ଲକଡାଉନ୍ ହେଲେ ସେହି ସହର ଗୁଡ଼ିକରୁ ପ୍ରବାସୀ ଫେରି ଆସିବାର ଆଶଙ୍କା ରହିଛି, ଯାହାର ପ୍ରଭାବ ଦେଶ ଉପରେ ପଡ଼ିବ

ଏସବୁ ଭିତରେ ଓଡ଼ିଶାରେ ଟିକା ଅଭାବର ସମସ୍ୟ ଜଳଜଳ ହୋଇ ଦେଖାଯାଉଛି । ଟିକା ଅଭାବ ଯୋଗୁଁ ୧ହଜାର ୭୩ଟି କେନ୍ଦ୍ରରେ ଟିକାକରଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି ।

-ରାଜ୍ୟରେ ୩ଟି ଜିଲ୍ଲା ଝାରସୁଗୁଡ଼ା, ନୂଆପଡ଼ା ଓ କୋରାପୁଟରେ ଟିକାକରଣ ସଂପୂର୍ଣ୍ଣବନ୍ଦ ରହିଛି

-୧୫ଶହରୁ ୧,୦୭୩ କେନ୍ଦ୍ରରେ ଟିକାକରଣ ବନ୍ଦ ରହିଛି

-ରାଜ୍ୟରେ ଉପଲବ୍ଧ ଟିକାରେ ମାତ୍ର ୨ରୁ ୩ଦିନ ଟିକାକରଣ ସମ୍ଭବ