କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ବାତ୍ୟା ‘ଫୋନି’ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବିଶ୍ୱ ଐତିହ୍ୟସ୍ଥଳୀ ଶ୍ରୀମନ୍ଦିର ଓ ସୂର୍ଯ୍ୟ ମନ୍ଦିରର ପୁନଃରୁଦ୍ଧାର କରିବାକୁ ଦାବି ।

110

କନକ ବ୍ୟୁରୋ: କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମହେଶ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି ।  ବାତ୍ୟା ‘ଫୋନି’ରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିବା ବିଶ୍ୱ ଐତିହ୍ୟ ସ୍ଥଳୀ ଶ୍ରୀ ଜଗନ୍ନାଥ ମନ୍ଦିର ଓ ସୂର୍ଯ୍ୟ ମନ୍ଦିରର କ୍ଷୟକ୍ଷତିର ପୁନଃରୁଦ୍ଧାର ପାଇଁ ଚିଠିରେ ଅବଗତ କରାଇଲେ ମୁଖ୍ୟମନ୍ତ୍ରୀ । ଗତ ୩ ତାରିଖ ଦିନ ବାତ୍ୟା ‘ଫୋନି’ ପୁରୀ ଠାରେ ଲ୍ୟାଣ୍ଡଫଲ କରିବା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପୁରୀ ଓ ଏହାର ଆଖପାଖ ଅଞ୍ଚଳ । ତେଣୁ ଏହି ଐତିହ୍ୟସ୍ଥଳୀ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏହାକୁ ତୁରନ୍ତ ପୁନଃରୁଦ୍ଧାର ପାଇଁ ଗୁରୁତ୍ୱ ଦେବାକୁ ଅବଗତ କରାଇଛନ୍ତି । 

ଆସନ୍ତା ଜୁଲାଇ ୪ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବାକୁଥିବାବେଳେ ମୁଖ୍ୟମନ୍ତ୍ରୀ ମହେଶ ଶର୍ମାଙ୍କୁ ଏହା ଉପରେ ଗୁରୁତ୍ୱ ଦେବାକୁ ଚିଠି ଲେଖିଛନ୍ତି । ସବୁଠାର ବଡ଼ କଥା ହେଲା କି, କୋଣାର୍କ ମନ୍ଦିର ଓ ଜଗନ୍ନାଥ ମନ୍ଦିର ଏଏସଆଇ ଦ୍ୱାରା ରକ୍ଷଣାବେକ୍ଷଣ କରାଯାଏ । ତେଣୁ ଏହାପ୍ରତି ଗୁରୁତ୍ୱ ଦେଇ ଯଥାସମ୍ଭବ ଏକ ଉଚ୍ଚସ୍ତରୀୟ ଟିମ୍ ପଠାଇ କ୍ଷୟକ୍ଷତିର ଯାଞ୍ଚ କରି ଏହାର ପୁନଃରୁଦ୍ଧାର କରନ୍ତୁ ବୋଲି ଚିଠି ଲେଖି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।