ଆସନ୍ତା ୨୩ରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ମ୍ବା ଗସ୍ତ । ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ସହ ସାଧାରଣ ସଭାରେ ଦେବେ ଉଦବୋଧନ ।

Advertisment
ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା । ବିଜେଡିରେ ଯୋଗ ଦେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦଙ୍କ ଝିଅ

କନକ ବ୍ୟୁରୋ: ଆସନ୍ତା ୨୩ରେ ବଡ଼ମ୍ବା ନିର୍ବାଚନ ମଣ୍ଡଳୀର ଗସ୍ତରେ ଯିବେ ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ମିଡ଼ିଆ ସେଲ୍ ତରଫରୁ ଜାରି ପ୍ରେସ ରିଲିଜ ମୁତାବକ ମୁଖ୍ୟମନ୍ତ୍ରୀ ଶନିବାର ପୂର୍ବାହ୍ନରେ ବଡ଼ମ୍ବା ନିର୍ବାଚନ ମଣ୍ଡଳୀର ନରସିଂହପୁର ଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଶିଳାନ୍ୟାସ କରିବେ । ଏହାସହ ଅନନ୍ତ ନାରାୟଣ ହାଇସ୍କୁଲ  ପାଖ ପଡ଼ିଆରେ ସାଧାରଣ ସଭାରେ ମଧ୍ୟ ଜନତାଙ୍କୁ ସ୍ଥାନୀୟ ଲୋକଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

publive-imageକଟକ ଜିଲ୍ଲାର ଗ୍ରାମାଞ୍ଚର ପ୍ରଥମ ତଥା ଓଡ଼ିଶାର ଅନ୍ୟତମ ବୃହତ ମେଗା ପାନୀୟ ଜଳ ପ୍ରକଳ୍ପର ବିଧିବଦ୍ଧଭାବେ ଶୁଭାରମ୍ଭ କରିବେ । ଏହାଦ୍ୱାରା ବଡ଼ମ୍ବା ଓ ନରସିଂହପୁର ବ୍ଲକର ୭୩ଟି ଗ୍ରାମପଞ୍ଚାୟତର ସମସ୍ତ ଅଧିବାସୀ ମହାନଦୀରୁ ପାନୀୟ ଜଳ ପାଇବେ । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମୋଟ୍ ୨୭୩ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ସେପଟେ କିଡନୀ ତଥା ଅନ୍ୟାନ୍ୟ ଜଳଜନିତ ରୋଗ ଏବଂ ପାଇପ୍ ଜଳ ଯୋଗାଣରୁ ବଞ୍ଚିତ ହେଉଥିବା ସମସ୍ତ ସ୍ଥାନୟ ବାସିନ୍ଦାଙ୍କ ସମସ୍ୟା ଦୂର ହୋଇପାରିବ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।

publive-imageସେହିପରି ମରୁଡ଼ି ପ୍ରପୀଡ଼ିତ ବଡ଼ମ୍ବା-ନରସିଂହପୁର ଚାଷୀକୂଳ ପାଇଁ କଟକ ଜିଲ୍ଲାର ଏକମାତ୍ର ୪୦୦ କୋଟି ଟଙ୍କାର ଅନୁମୋଦିତ ମେଗା ଜଳ ସେଚନ ପ୍ରକଳ୍ପର ଉଦଘାଟନ କରାଯିବ । ୨୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ପ୍ରଥମ ପର୍ଯ୍ୟାୟ ସ୍ଥାପନକୁ ବଡ଼ମ୍ବାର କିଛି ଅଞ୍ଚଳ ଏବଂ ସଂଲଗ୍ନ ନରସିଂହପୁର ବ୍ଲକର କିଛି ଅଞ୍ଚଳ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ୧୬୦ କୋଟି ଟଙ୍କାରେ ନିର୍ମିତ ସେଚ ବ୍ୟବସ୍ଥାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏହାସହ ୨୧ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ସହ ଅଙ୍ଗନୱାଡ଼ି ଭିତ୍ତିଭୂମି ସହିତ ମହିଳା ଗ୍ରୁପ ତଥା ବିଭିନ୍ନ ଯୋଜନାରେ ଉପକୃତ ହିତାଧିକାରୀଙ୍କୁ ଜିଲ୍ଲା ପ୍ରଶାସନ ଦ୍ୱାରା ସହାୟତା ବଣ୍ଟନ କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe