ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ଭିଜନ୍: ୩୦ ବର୍ଷରେ ୭୦ ଲକ୍ଷ କୋଟି ଅର୍ଥନୀତି ଲକ୍ଷ୍ୟ ।

Advertisment
ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ଭିଜନ୍: ୩୦ ବର୍ଷରେ ୭୦ ଲକ୍ଷ କୋଟି ଅର୍ଥନୀତି ଲକ୍ଷ୍ୟ ।

କନକ ବ୍ୟୁରୋ: ନବୀନଙ୍କ ଓଡିଶା ଅର୍ଥନୈତିକ ଭିଜନ ରିପୋର୍ଟ । ୨୦୫୦ ସୁଦ୍ଧା ଓଡିଶା ୭୦ ଲକ୍ଷ କୋଟିର ଅର୍ଥନୀତି ହେବ ବୋଲି ଲକ୍ଷ୍ୟ ରଖିଛନ୍ତି ସରକାର । ଭିଜନ ରିପୋର୍ଟରେ ଏହି କଥା କୁହାଯାଇଛି । ରାଜ୍ୟର ଖଣିଜ ସମ୍ପଦ, କୃଷି, ଖାଦ୍ୟ ପ୍ରକ୍ରିୟା କରଣ, ଶକ୍ତି, ମହିଳା ସଶକ୍ତିକରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ବୋଲି ଆଶା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

publive-imageଜେଏସଡବ୍ଲୁ ଗ୍ରୁପ ଓ ପିଡବ୍ଲୁସି ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ ହୋଇଛି ଏହି ଭିଜନ ରିପୋର୍ଟ । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପ୍ରଚୁର ପ୍ରାକୃତିକ ସମ୍ପଦ ରହିଛି । ଆଉ ଏହାକୁ ଆଧାର କରି ଓଡିଶା ନିର୍ମାଣକ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ରାଜ୍ୟ ଏକ ଟ୍ରିଲିୟନ ଡଲାର ଅର୍ଥନୀତି ବି ହୋଇପାରିବ ।

publive-imageସେପଟେ ସଚିବାଳୟରେ ଜେଏସଡବ୍ଲୁର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ କହିଛନ୍ତି କି, ଓଡ଼ିଶା ହେଉଛି ଭାରତର ଲୁକାୟିତ ଖଣିଜ ସମ୍ପଦ ଭରା ରାଜ୍ୟ, ତେଣୁ ଓଡ଼ିଶା ପାଖରେ ଯାହା କିଛି ଖଣିଜ ସମ୍ପଦ ରହିଛି ତାହାକୁ ସଠିକ୍ ଭାବେ ପରିଚାଳିତ କରାଗଲେ ମୁଖ୍ୟମନ୍ତ୍ରୀ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ସଫଳ ହୋଇପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe