ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ଯୋଜନାରେ ଯୋଡ଼ି ହେଲା କେନ୍ଦୁଝର : ଭର୍ଚୁଆଲ୍ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭିଡ଼ିଓ କନଫରେନ୍ସିଂ ଜରିଆରେ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

62

କନକ ବ୍ୟୁରୋ : ସ୍ମାର୍ଟ ହେଲଥ କାର୍ଡ଼ ଯୋଜନାରେ ଯୋଡ଼ି ହେଲା କେନ୍ଦୁଝର । ଭିଡ଼ିଓ କନଫରେନ୍ସିଂ ଜରିଆରେ କେନ୍ଦୁଝରବାସୀଙ୍କୁ ସ୍ମାର୍ଟ ହେଲଥ କାର୍ଡ଼ ବଂଟନ କଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲାର ୪ଲକ୍ଷ ୧୯ ହଜାର ଲୋକ ପାଇବେ ସ୍ମାର୍ଟ ହେଲଥ କାର୍ଡ଼ । ସ୍ମାର୍ଟ ହେଲଥ କାର୍ଡ଼ ଯୋଗୁଁ ରାଜ୍ୟର ୩ କୋଟି ଲୋକ ଉପକୃତ ହେବେ । ଏହି ଅବସରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।