ଅବଧି ଆଗରୁ ବନ୍ଦ ହୋଇଗଲା ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ । ୧୪ ଶହ ଠିକା କର୍ମଚାରୀଙ୍କ ସମେତ ୫୦ ହଜାର ଲୋକ ପ୍ରଭାବିତ ହେବା ଆଶଙ୍କା, କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ।

Advertisment
ଅବଧି ଆଗରୁ ବନ୍ଦ ହୋଇଗଲା ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ । ୧୪ ଶହ ଠିକା କର୍ମଚାରୀଙ୍କ ସମେତ ୫୦ ହଜାର ଲୋକ ପ୍ରଭାବିତ ହେବା ଆଶଙ୍କା, କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ : ଅବଧି ଶେଷ ପୂର୍ବରୁ ବନ୍ଦ ହୋଇଗଲା ତାଳଚେର ଥର୍ମାଲ ପାୱାର ପ୍ଲାଂଟ । ଠପ୍ ହୋଇଯାଇଛି ୬ ୟୁନିଟ ବିଦ୍ୟୁତ ଉତ୍ପାଦନ । ମାର୍ଚ୍ଚ ୩୧ ତାରିଖ ଯାଏଁ ପରିବେଶ ମଂଜୁରୀ ଥିବା ବେଳେ ୯ ଦିନ ଆଗରୁ ବନ୍ଦ ହୋଇଯାଇଛି ତାଳଚେର ଏନଟିପିସି ଟିଟିପିଏସ । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ତାତି ଉଠିଛି ଶ୍ରମିକ ସଂଗଠନ । ଖୁବଶୀଘ୍ର ଟିଟିପିଏସ ଚାଲୁ ନହେଲେ ତାଳଚେରର ସମସ୍ତ କୋଇଲା ଖଣିରୁ କୋଇଲା ଉତ୍ତୋଳନ ସଂପୂର୍ଣ୍ଣ ବନ୍ଦ କରିଦିଆଯିବ ବୋଲି ଚେତାବନୀ ଦେଇଛି ଶ୍ରମିକ ଟ୍ରେଡ୍ ୟୁନିୟନ୍ । ସେପଟେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସମୟ ସରିବା ଆଗରୁ ବନ୍ଦ ହେଲା ତାଳଚେର ଥର୍ମାଲ ପାୱାର ପ୍ଲାଂଟ । ରୋଜଗାର ହରେଇବା ନେଇ ଆଶା ଆଶଙ୍କାରେ ଠିକା କର୍ମଚାରୀ ଓ ଶ୍ରମିକ । ତାଳଚେର ଥର୍ମାଲ ପାୱାର ଷ୍ଟେସନ ୫୪ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଅବିରତ ବିଜୁଳି ପ୍ରଦାନ କରି ସୁନାମ ଅର୍ଜନ କରିଥିଲେ ସୁଦ୍ଧା ବର୍ତ୍ତମାନ ବନ୍ଦ ହୋଇଯିବା ପରେ ଦ୍ଵନ୍ଦ ବଢିଛି । ପ୍ଲାଣ୍ଟ ଚଳେଇବା ପାଇଁ ମାର୍ଚ୍ଚ ୩୧ ତାରିଖ ଯାଏଁ ପରିବେଶ ମଂଜୁରୀ ଥିବା ବେଳେ ଆଗୁଆ ବନ୍ଦ ହୋଇଛି ଟିଟିପିଏସର ସମସ୍ତ ୟୁନିଟ୍ । ସମ୍ପୁର୍ଣ୍ଣ ଠପ ହୋଇ ଯାଇଛି ବିଦ୍ୟୁତ ଉତ୍ପାଦନ। ପାୱାର ପ୍ଲାଣ୍ଟ ବନ୍ଦ ହୋଇଯିବା ପରେ ୧୪ଶହ ଠିକା କର୍ମଚାରୀଙ୍କ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାଵରେ ୫୦ ହଜାରରୁ ଉର୍ଦ୍ଧ୍ଵ ଲୋକ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି ।

ପ୍ରଥମେ ପ୍ଲାଂଟର ୧ ନମ୍ବର ଓ ୬ ନମ୍ବର ୟୁନିଟ୍ ବନ୍ଦ ହୋଇଥିଲା । ପରେ ବିଭିନ୍ନ ଆଳ ଦେଖାଇ ଅବଶିଷ୍ଟ ୪ଟି ୟୁନିଟକୁ ବନ୍ଦ କରି ଦେଇଛନ୍ତି ପ୍ଲାଂଟ କର୍ତୃପକ୍ଷ । ୪୬୦ ମେଗାୱାଟ ବିଶିଷ୍ଟ ଟିଟିପିଏସ ବନ୍ଦକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ଶହ ଶହ ଶ୍ରମିକ । ଶ୍ରମିକ ଟ୍ରେଡ୍ ୟୁନିୟନ୍, କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜନ କରିବା ସହ ଆଗାମୀ ଦିନରେ ତାଳଚେରର କୋଇଲା ଖଣି ବନ୍ଦ କରିବା ନେଇ ଚେତାବନୀ ଦେଇଛି । କେନ୍ଦ୍ରର ଦୋମୁହାଁ ନୀତି ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ନିରବତାକୁ ନେଇ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷର ନିଆଁ ଜଳୁଛି । କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରମିକ ନେତା। ସେପଟେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ କେନ୍ଦ୍ର ଶକ୍ତି ମନ୍ତ୍ରୀଙ୍କୁ ଚିଠି କରିବା ପରେ, ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଯଦି କେନ୍ଦ୍ର ସରକାର ତୁରନ୍ତ ପ୍ରସ୍ତାବିତ ୧୩୨୦ ମେଗାୱାଟ ବିଶିଷ୍ଟ ନୂତନ ପ୍ଲାଣ୍ଟକୁ ତ୍ୱରାନିତ କରିବା ସହ ବର୍ତ୍ତମାନର ପ୍ଲାଣ୍ଟକୁ ଚଳାଇବାକୁ ନେଇ ପଦକ୍ଷେପ ନନିଅନ୍ତି ତେବେ ହଜାର ହଜାର ଲୋକଙ୍କର ଆକ୍ରୋସର ଶିକାର ହେବେ, ଏଥିରେ ଦ୍ବି ମତ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe