କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ବଡ଼ଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ ନିଜର ଟୁଇଟରରେ ଲେଖିଛନ୍ତି, ଖ୍ରୀଷ୍ଟମାସର ଏହି ଆନନ୍ଦ ଉତ୍ସବରେ ସମସ୍ତଙ୍କୁ ଶୁଭେଚ୍ଛା। ଆପଣଙ୍କର ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧତାରେ ପରିପୂର୍ଣ୍ଣ ହେଉ।
Humble tributes to former Prime Minister of India, #AtalBihariVajpayee on his birth anniversary. #Atal ji was a great visionary, outstanding parliamentarian & distinguished statesman, whose multifaceted personality continues to inspire generations. pic.twitter.com/oX8cqu15HB
— Naveen Patnaik (@Naveen_Odisha) December 25, 2021
ଠିକ୍ ସେହିପରି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନିଜର ଟୁଇଟରରେ ଲେଖିଛନ୍ତି, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଅଟଳଜି ଜଣେ ମହାନ ଦୂରଦୃଷ୍ଟି ସମ୍ପନ୍ନ, ବିଶିଷ୍ଟ ସଂସଦୀୟ ତଥା ବିଶିଷ୍ଟ ରାଜନୀତିଜ୍ଞ ଥିଲେ, ଯାହାଙ୍କର ବହୁମୁଖୀ ବ୍ୟକ୍ତିତ୍ୱ ପରବର୍ତ୍ତୀ ପୀଢ଼ି ପାଇଁ ପ୍ରେରଣା ଯୋଗାଇଥାଏ।
Best wishes to everyone on this joyous occasion of #Christmas. May your lives be filled with happiness, peace and prosperity. #MerryChristmaspic.twitter.com/MNHY0GY8Cf
— Naveen Patnaik (@Naveen_Odisha) December 25, 2021
ସୂଚନାଯୋଗ୍ୟ, ଆଜି ହେଉଛି ସେହି ମହାନ ରାଜନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜନ୍ମଦିବସ। ମଧ୍ୟପ୍ରଦେଶର ଗ୍ୱାଲିଅରରେ ୧୯୨୪ ମସିହା ଡିସେମ୍ବର ୨୫ରେ ଜନ୍ମଗ୍ରହଣ କରିଥିଲେ ଅଟଳ। ଆଜି ତାଙ୍କ ୯୭ ତମ ଜନ୍ମଜୟନ୍ତୀ।