କନକ ବ୍ୟୁରୋ: ୨୦୧୯ ନିର୍ବାଚନ ପ୍ରଚାରରେ ଆଜିଠାରୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରାର୍ଥୀ ଘୋଷଣା ହୋଇନଥିଲେ ହେଁ, ନବୀନ ଆଜି ପୁରୀ େଲାକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନୟାଗଡ ନିର୍ବାଚନମଣ୍ଡଳୀରୁ ପ୍ରଚାର ଆରମ୍ଭ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି।
ବିଜେଡି ବିରୋଧରେ ସଙ୍ଗିନ ଅଭିଯୋଗ ଆଣି ପ୍ରତ୍ୟୁଷା ରାଜେଶ୍ବରୀ ସିଂହ ଗତକାଲି ବିଜେପିରେ ଯୋଗ ଦେଇଛନ୍ତି। ଏପରିସ୍ଥଳେ ନବୀନଙ୍କ ଏହି ଗସ୍ତକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବିଚାର କରାଯାଉଛି। ନବୀନ ଆଜି ନିର୍ଦିଷ୍ଟ କି ପ୍ରସଙ୍ଗ ଧରି ନିର୍ବାଚନ ପ୍ରଚାର ଆରମ୍ଭ କରିବେ, ସର୍ବୋପରି ଦଳ ବଦଳକାରୀଙ୍କ ପାଇଁ କି ପ୍ରତି ଜବାବ ଦେବେ, ତାହାକୁ ନେଇ ରାଜନୈତିକ ମହଲରେ ପର୍ୟ୍ୟାଲୋଚନା ଆରମ୍ଭ ହୋଇଛି।
ଆଜି ନବୀନ ଦଳର ଦ୍ବିତୀୟ ପର୍ୟ୍ୟାୟ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରକାଶ କରିବା ପରେ ନିର୍ବାଚନ ପ୍ରଚାରରେ ଯିବେ ବୋଲି ସୂଚନା ମିଳିଛି। ଉଲ୍ଲେଖଥାଉକି, ନୟାଗଡରେ ପ୍ରଚାରକୁ ଓହ୍ଲାଇବା ପୂର୍ବରୁ ବିଜେଡି ନିଜର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଥିଲା। ଏଥିରେ ନବୀନଙ୍କ ସମେତ ୪୦ ଜଣ େନତାଙ୍କ ନାମ ରହିଛି।
ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ନବୀନ ସରକାରୀ ଭାବେ ମାରାଥନ ପ୍ରଚାର କରି ପ୍ରାୟ ସବୁ ନିର୍ବାଚନମଣ୍ଡଳୀ ବୁଲିଥିଲେ। ଏହି ସମୟରେ ଫଳକ ଉଦଘାଟନ କରାଯାଇଥିଲା ଓ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/12/Naveen-Patnaik-777x437.jpg)