କନକ ବ୍ୟୁରୋ: ନବୀନଙ୍କ ଫୋକସରେ କେନ୍ଦ୍ରାପଡା । ମାତ୍ର ୩୦ଦିନ ନପୁରୁଣୁ ଆଜି ପୁଣି ଥରେ କେନ୍ଦ୍ରାପଡା ଗସ୍ତ କରିବେ ନବୀନ ପଟ୍ଟନାୟକ । ଆଜି କେନ୍ଦ୍ରାପଡାରେ ବିଶାଳ ମିଶନ ଶକ୍ତି ମହାସମାବେଶ କରିବେ । କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀର ବାରୋଠାରେ ହଜାର ହଜାର ମହିଳାଙ୍କୁ ସମ୍ବୋଧିତ କରିବେ ନବୀନ । ଗତ ମାସ ୧୫ତାରିଖରେ ଏହିଠାରେ ସଭାକରି ନବୀନ କାଳିଆ ଯୋଜନାରେ ଭୂମିହୀନଙ୍କୁ ଟଙ୍କା ବାଂଟିଥିଲେ । ଆଜି ମହିଳା ଏସଏଚଜି ଗ୍ରୁପମାନଙ୍କୁ ସିଡ୍ ମନି ସମେତ ମୋବାଇଲ ପ୍ରଦାନ କରିବା କାର୍ଯ୍ୟକ୍ରମ ରହିଛି । ବିଜେଡିର ଗଡ କୁହାଯାଉଥିବା କେନ୍ଦ୍ରାପଡା ଲୋକସଭା ଆସନରୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେବା ପରେ ଏହି ଆସନ ଏବେ ବିଜେଡି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି ।
ସୂଚନା ମୁତାବକ, ନବୀନ କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀର ବାରୋଠାରେ ହଜାର ହଜାର ମହିଳାଙ୍କୁ ସମ୍ବୋଧିତ କରିବେ ନବୀନ । ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧.୪୫ରେ ସଭାସ୍ଥଳକୁ ପହଞ୍ଚି ଅପରାହ୍ନ ୧୨.୩୦ ମିନିଟରେ ଭୁବନେଶ୍ୱର ଫେରିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଗତକାଲି ଆରଡିସି ଅନିଲ ସାମଲ, ଜିଲ୍ଲାପାଳ ଦାଶରଥୀ ଶତପଥୀ, ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଡିଆରଡିଏ, ଜିଲ୍ଲାପରିଷଦ ଅଧ୍ୟକ୍ଷ ସଭାସ୍ଥଳର ପ୍ରସ୍ତୁତି ସଂପର୍କରେ ତଦାରଖ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ମହିଳା ସମାବେଶରେ କେନ୍ଦ୍ରାପଡା ଜିଲାର ୯ଟି ବ୍ଲକ ଓ କଟକ ଜିଲ୍ଲାର ୪ଟି ବ୍ଲକରୁ ପ୍ରାୟ ୧ ଲକ୍ଷ ମହିଳା ଯୋଗଦେବେ। ସମାବେଶକୁ ଆସିବାକୁ ଥିବା ଏହି ମହିଳା ମାନଙ୍କ ପାଇଁ ଶତାଧିକ ବସ ବ୍ୟବସ୍ଥା କରାଯାଇଛି। କାର୍ୟ୍ୟକ୍ରମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରିବେ। ଆଇନ ଶୃଙ୍ଖଳା ସୁରକ୍ଷା ପାଇଁ କେନ୍ଦ୍ରାପଡାରେ ପ୍ରାୟ ୨୫ ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/Sequence-1-01105310.jpg)
/kanak/media/post_attachments/wp-content/uploads/2019/03/KPD-300x161.jpg)
/kanak/media/post_attachments/wp-content/uploads/2019/03/KPD1-1-300x176.jpg)