ଆଜି ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହେବ ଶୁଭାରମ୍ଭ

ବଲାଙ୍ଗୀର ବସ୍ ଟର୍ମିନାଲର ଉଦଘାଟନ କରିବେ ନବୀନ

224

କନକ ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଗସ୍ତରେ ଯାଉଛନ୍ତି । ବଲାଙ୍ଗୀରରେ ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଜିଲ୍ଲାର ତିନୋଟି ଉପଖଣ୍ଡ ବଲାଙ୍ଗୀର, ଟିଟଲାଗଡ ଓ ପାଟଣାଗଡରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ହରିଶଙ୍କର ପର୍ଯ୍ୟଟନସ୍ଥଳୀର ବିକାଶ, ବଲାଙ୍ଗୀରରେ ନୂତନ ବସଟର୍ମିନାଲ ଉଦଘାଟନ କରିବେ । ଏହାସହ ବିଭିନ୍ନ ଉନ୍ନୟନମୂଳକ କାମର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ୧୦ ରୁ ଅଧିକ ମନ୍ତ୍ରୀ ଯୋଗଦେବେ ।