ନୂଆବର୍ଷରେ ଓଡ଼ିଶାବାସୀଙ୍କୁ ନବୀନଙ୍କ ଭେଟି, ବାରଙ୍ଗରେ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ଖର୍ଚ୍ଚ ହେବ ପ୍ରାୟ ୬୨୫୫ କୋଟି ।

ନୂଆବର୍ଷରେ ଓଡ଼ିଶାବାସୀଙ୍କୁ ନବୀନଙ୍କ ଭେଟି, ବାରଙ୍ଗରେ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ଖର୍ଚ୍ଚ ହେବ ପ୍ରାୟ ୬୨୫୫ କୋଟି ।

କନକ ବ୍ୟୁରୋ : ନୂଆବର୍ଷରେ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ସତ ହେବ ଓଡ଼ିଶାବାସୀଙ୍କ ସ୍ୱପ୍ନ । ବିଜୁ ପଟ୍ଟନାୟକ ଅନ୍ତଜାର୍ତୀୟ ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରଙ୍ଗ ରତାଗଡ ଲେଙ୍କା ସାହିରେ ଏହି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ । ମେଟ୍ରୋ ପ୍ରକଳ୍ପର ଶୁଭାରମ୍ଭ ପୂର୍ବରୁ ବିଜୁ ପଟ୍ଟାନୟକ ବିମାନ ବନ୍ଦରରୁ ରୋଡ ଶୋରେ ବାହାରି ରତାଗଡ ଲେଙ୍କାସାହିରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ରୋଡ ସୋ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ୧୨ଟି ସ୍ଥାନରେ ଜୋରଦାର ସ୍ୱାଗତ କରାଯାଇଥିଲା । ଫୁଲ ପକାଇ, ଶଙ୍ଖ ବଜାଇ ସ୍ୱାଗତ କରିଥିଲେ ସାଧାରଣ ଲୋକେ । ମୁଖ୍ୟମନ୍ତ୍ରୀ ଗସ୍ତ ପାଇଁ କମିଶନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୁରକ୍ଷାରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ପ୍ରଥମେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆକୁ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ ଗଡିବା ନେଇ ଯୋଜନା କରାଯାଇଛି । ଏହି ମେଟ୍ରୋ ପ୍ରକଳ୍ପରେ ପାଖାପାଖି ୬୨୫୫ କୋଟି ଟଙ୍କା ଖର୍ଚ୍ଚ ହେବ । ରାଜ୍ୟ ସରକାରଙ୍କ ନିଜସ୍ୱ ଉଦ୍ୟମରେ ଏହି ମେଟ୍ରୋ ପ୍ରକଳ୍ପ କରାଯାଉଛି । ୨୬ କିଲୋମିଟରର ଏହି ମେଟ୍ରୋ ରେଳ ପଥ ପାଇଁ ୨୦ଟି ଷ୍ଟେସନ ରହିବ । ଗତ ଏପ୍ରିଲ ପହିଲାରେ ମେଟ୍ରୋ ପ୍ରକଳ୍ପ ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ଡିପିଆର ପ୍ରସ୍ତୁତ କରାଯାଇ ଏହି ପ୍ରକଳ୍ପ ପାଇଁ କ୍ୟାବିନେଟରେ ଅର୍ଥ ବ୍ୟୟବରାଦ କରାଯାଇଥିଲା । ନୂଆବର୍ଷ ଆରମ୍ଭରୁ ମେଟ୍ରୋ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହ ନବୀନ କହିଛନ୍ତି, ନୂଆବର୍ଷରେ ଆଜି ଗୁରୁତ୍ୱପୂର୍ଣ୍ଣ ଭିତ୍ତି ରଖାଗଲା । ୪ ବର୍ଷରେ ମେଟ୍ରୋ ପ୍ରକଳ୍ପର କାମ ସରିବ । ଓଡ଼ିଶାବାସୀ ମେଟ୍ରୋ ସୁବିଧା ପାଇବେ । ରାଜ୍ୟର ବିକାଶ ଇତିହାସରେ ଆଜିର ଦିନ ସବୁବେଳେ ଲିପିବଦ୍ଧ ହୋଇ ରହିବ । ପରିବହନ କ୍ଷେତ୍ରରେ ଆସିବ ବଡ ପରିବର୍ତ୍ତନ । ଲକ୍ଷ୍ମୀ ଯୋଜନା ଗାଁ ଗୁଡିକରେ ଆଣିଛି ରୂପାନ୍ତର । ମେଟ୍ରୋ ପ୍ରକଳ୍ପ ଏହି ରୂପାନ୍ତର ପ୍ରକ୍ରିୟାକୁ ଆହୁରି ଆଗକୁ ନେବ । କଟକ ଓ ଭୁବନେଶ୍ୱର ସମ୍ପର୍କକୁ ଆହୁରି ମଜବୁତ କରିବ ଏହି ମଟ୍ରୋ ପ୍ରକଳ୍ପ । ମେଟ୍ରୋ ପ୍ରକଳ୍ପ ପାଇଁ ମୁଁ ଯେଉଁ ପ୍ରତିଶ୍ରୁତି ଦେଇଥିଲି, ତାହାକୁ ପାଳନ କରୁଛି । ନୂଆବର୍ଷର ଏ ଖୁସି ଓ ଆନନ୍ଦ ସବୁବେଳେ ଜାରି ରହୁ । ବିକାଶର ପର୍ବ ଆପଣ ମାନଙ୍କ ସହଯୋଗରେ ଆହୁରି ଆଗକୁ ବଢୁ । ରାଜ୍ୟ ସରକାରଙ୍କ ନିଜସ୍ୱ ଉଦ୍ୟମରେ ଏହି ମେଟ୍ରୋ ପ୍ରକଳ୍ପ ହେଉଛି । ଏହି ମେଟ୍ରୋ ପ୍ରକଳ୍ପକୁ ଆଗାମୀ ଦିନରେ କଟକ, ପୁରୀ, ଖୋର୍ଦ୍ଧାକୁ ସମ୍ପ୍ରସାରିତ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe