ସରକାରଙ୍କୁ ପ୍ରବାସୀ ଓଡିଆ ଶ୍ରମିକଙ୍କ ଚିନ୍ତା । ଗୁଜରାଟରେ ଫସିଥିବା ଓଡିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ନବୀନଙ୍କ ଆଲୋଚନା

ସରକାରଙ୍କୁ ପ୍ରବାସୀ ଓଡିଆ ଶ୍ରମିକଙ୍କ ଚିନ୍ତା । ଗୁଜରାଟରେ ଫସିଥିବା ଓଡିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ନବୀନଙ୍କ ଆଲୋଚନା

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ ଘାରିଛି ପ୍ରବାସୀ ଓଡିଆଙ୍କ ଚିନ୍ତା । ଦେଶବ୍ୟାପୀ ତାଲାବନ୍ଦ କଟକଣା ଜାରି ରହିଥିବା ବେଳେ ଗୁଜରାଟରେ ଫଶି ରହିଥିବା ଓଡିଆ ଶ୍ରମିକଙ୍କୁ ସ୍ୱରାଜ୍ୟକୁ ଫେରାଇଆଣିବାକୁ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ହୋଇଛନ୍ତି ।

ଲକଡାଉନ୍ ପରେ ଗୁଜରାଟର ସୁରତରେ ଥିବା ସୂତାକଳଗୁଡ଼ିକରେ କାମଧନ୍ଦା ହରାଇଥିବା ହଜାର ହଜାର ଓଡ଼ିଆ ଶ୍ରମିକ ନଖାଇନପିଇ ଅତି ଦୁର୍ବିସହ ଜୀବନ ବିତାଉଛନ୍ତି । ଯାହାକୁ ନେଇ ନିକଟରେ ଉତ୍ତେଜନା ମଧ୍ୟ ଦେଖାଦେଇଥିଲା । ପରେ ସୁରତ ଜିଲ୍ଲା ପ୍ରଶାସନ ପକ୍ଷରୁ ୩୪ଟି ମେସ୍ର ୮ହଜାର ଶ୍ରମିକଙ୍କୁ ରନ୍ଧାଖାଦ୍ୟ ଦେବା ଲାଗି ନିଷ୍ପତ୍ତି କରି ମେସ୍ ମାଲିକଙ୍କ ସହ ସେଠାକାର ପ୍ରଶାସନ ସହ ଆଲୋଚନା କରି ଶ୍ରମିକଙ୍କୁ ରନ୍ଧାଖାଦ୍ୟ ଦେବାକୁ ସ୍ଥିର ହୋଇଥିଲା। କିନ୍ତୁ ଆବଶ୍ୟକ ରାସନ୍ ସାମଗ୍ରୀ ଓ ପନିପରିବା ଯୋଗାଯାଇ ନ ଥିବାରୁ ରନ୍ଧାଖାଦ୍ୟ ପ୍ରସ୍ତୁତ ହୋଇପାରି ନାହିଁ।

ଅନ୍ୟପକ୍ଷରେ ସୁରତ୍ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଡ଼ା ଘରେ ରହୁଥିବା ଗରିବ ଶ୍ରମିକ ଓ ସେମାନଙ୍କ ପରିବାର ଲୋକଙ୍କ ପାଇଁ କୌଣସି ବ୍ୟବସ୍ଥା ହୋଇନଥିବା ମଧ୍ୟ ବାରମ୍ବାର ଅଭିଯୋଗ ଆସୁଛି । ସେମାନେ ଏବେ ବି ଭୋକ ଉପାସରେ ରହି ନିଜ ଘରକୁ ଫେରାଇ ନେବାକୁ ଭିଡିଓ ଯୋଗେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ଜଣାଇଛନ୍ତି । ତେବେ ଜୀବନଜୀବିକାରେ ଅନିଶ୍ଚିତତାକୁ ନେଇ ଚିନ୍ତାରେ ଦିନ କାଟୁଥିବା ଓଡ଼ିଆ ଶ୍ରମିକଙ୍କୁ ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe