କନକ ବ୍ୟୁରୋ : ଆଜି ପାରାଦୀପରେ ତିନିଟି ନୂଆ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ କାରଖାନା, ରିନ୍ୟୁ ଇ-ଫୁଏଲ ଗ୍ରୀନ ଆମୋନିଆ କାରଖାନା ଏବଂ ସିଲକ୍ସ ଇଣ୍ଡିଆ ଅତ୍ୟାଧିୁନିକ ରାସାୟନିକ କାରଖାନାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।
ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ କାରଖାନାରେ ୬୫ ହଜାର କୋଟିର ପୁଞ୍ଜି ନିବେଶ ହେବାକୁ ଥିବା ବେଳେ ୩୦ ହଜାର ଯୁବବର୍ଗଙ୍କୁ ନିଯୁକ୍ତି ମିିିଳିବ । ସେହିପରି ରିନ୍ୟୁ ଇ-ଫୁଏଲ ଗ୍ରୀନ ଆମୋନିଆ କାରଖାନା ପାଇଁ ୨୨ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବ ଏବଂ ୪ହଜାର ନିଯୁକ୍ତି ମିଳିବ । ଏବଂ ସିଲକ୍ସ ଇଣ୍ଡିିଆ ଅତ୍ୟାଧିୁନିକ ରାସାୟିନିକ କାରଖାନା ପାଇଁ ୫୦୦ କୋଟିର ପୁଞ୍ଜି ନିବେଶ ହେବାକୁ ଥିବା ବେଳ ୮୧୦ ଜଣଙ୍କୁ ନିଯୁକ୍ତି ମିିଳିବ । ଶିଳ୍ପାୟନ ଦ୍ୱାରା ଯୁବବର୍ଗଙ୍କୁ ନିଯୁକ୍ତିୁ ଯୋଗାଇଦବାକକୁ ଲକ୍ଷ୍ୟ ରଖି ନୂତନ ଶିଳ୍ପ ପ୍ରତିଷ୍ଠା କରାଯାଉଥିବା କହିଛନ୍ତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ।