କନକ ବ୍ୟୁରୋ : କଳାହାଣ୍ଡିରେ ଆଜି ମେଗା ସୋ । କୋଭିଡ ପରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ରାଜ୍ୟ ସରକାରଙ୍କ ବଡ କାର୍ଯ୍ୟକ୍ରମ । କଳାହାଣ୍ଡି ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୫୪ଟି ପ୍ରକଳ୍ପର ଉଦଘାଟନ ଓ ୫୨ଟି ପ୍ରକଳ୍ପର ଶୁଭାରମ୍ଭ କରିବେ । କରୋନା ପରେ ପ୍ରଥମ ଥର ପାଇଁ ନବନୀ ପଟ୍ଟନାୟକ ଜନ ସମାବେଶରେ ଯୋଗ ଦେଇ ଲୋକଙ୍କୁ ସମ୍ବୋଧନ କରିବେ ।
ସେଥିପାଇଁ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ କନକପୁର ଠାରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ନିର୍ମାଣ ହୋଇଥିବା ୩ଟି ସଭା ମଂଚକୁ ସାନିଟାଇଜ କରାଯିବ । ୧୨ ଜଣିଆ ସ୍ୱାସ୍ଥ୍ୟ କର୍ମଚାରୀ ଟିମ ସ୍କ୍ରିନିଂ ଦାୟିତ୍ୱରେ ରହିବେ । ୫ଟି ଆମ୍ବିଲାନ୍ସ ସଭାସ୍ଥଳରେ ନିୟୋଜିତ ହେବ । ଏହାଛଡା ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜୟପାଟଣାରେ ୨୬ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।