କନକ ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ର ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରିବ ବିଜେଡି । ଆଜି ନୟାଗଡରେ ଆନୁଷ୍ଠାନିକ ଭାବେ ପ୍ରଚାରକାର୍ଯ୍ୟ ଆରମ୍ଭ କରି ଏଭଳି ଇସାରା ଦେଇଛନ୍ତି ନବୀନ । କହିଛନ୍ତି ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ପ୍ରତିଶ୍ରୁତି ଦେଇ ସବୁ ଭୁଲିଗଲା ବିଜେପି ସରକାର । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଲଢେଇ ଜାରି ରହିବ ବୋଲି ନବୀନ କହିଛନ୍ତି ।
ବିଜେଡି ସୁପ୍ରିମୋ କହିଛନ୍ତି କି, ସ୍ୱତନ୍ତ୍ର ରାଜ୍ୟପାହ୍ୟା ପାଇଁ ଆମେ ଲଢେଇ ଜାରି ରଖିଛୁ । ବିଜେପି ଇସ୍ତାହାର କମିଟିରେ ସ୍ୱତନ୍ତ୍ର ପାହ୍ୟା ପାଇଁ ପ୍ରତିଶ୍ରୃତି ଦେଇଥିଲା । ହେଲେ କେନ୍ଦ୍ରରେ ସରକାର ଗଢିବା ପରେ ସ୍ୱତନ୍ତ୍ର ପାହ୍ୟା କଥା ଭୁଲିଗଲେ । ଏହା କେନ୍ଦ୍ରୀୟ ଅବହେଳା ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ନବୀନ । ନବୀନ କହିଛନ୍ତି, ରାଜ୍ୟରେ ୨୧ରୁ ୨୧ଟି ଲୋକସଭା ଆସନ ବିଜେଡି ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ନବୀନ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଓଡ଼ିଶାବାସୀ ତାଙ୍କର ହାଇକମାଣ୍ଡ ଏବଂ ବିଜେଡିର ରିମୋଟ୍ କଣ୍ଟ୍ରୋଲ ସାଢେ ୪କୋଟି ଓଡିଆଙ୍କ ପାଖରେ ରହିଛି ।
ନବୀନ ଆହୁରୀ ମଧ୍ୟ କହିଛନ୍ତି, ସାରା ଦେଶରେ ବିଜେଡି ହେଉଛି ପ୍ରଥମ ଦଳ, ଯିଏକି ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପ୍ରସଙ୍ଗକୁ ବାସ୍ତବତାରେ ପରିଣତ କରିଛି । ମହିଳାଙ୍କର ଉନ୍ନତି ହେଲେ, ରାଜ୍ୟ ତଥା ଦେଶର ଉନ୍ନତି ହୋଇପାରିବ । ଏହା ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡିଶାବାସୀ ଉପକୃତ ହେଉଛନ୍ତି ବୋଲି କହିଛନ୍ତି ନବୀନ । ତେବେ କାଳିଆ ଯୋଜନା କଥା ଉଠାଇ କେନ୍ଦ୍ରକୁ କଡା ଭାଷାରେ ସମାଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/NAVEEN-TARGET.png)
/kanak/media/post_attachments/wp-content/uploads/2019/03/CM-at-NY-0-300x225.png)
/kanak/media/post_attachments/wp-content/uploads/2019/03/CM-at-NY-300x226.png)