କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ଟିକାକରଣର ଫିଡବ୍ୟାକ୍ ନେଇଛନ୍ତି।ସେ ଭିଡିଓ କନଫରେନ୍ସିଂ ଜରିଆରେ ଫିଡବ୍ୟାକ୍ ନେବା ସମୟରେ ବ୍ରହ୍ମପୁର ସିଟି ହସ୍ପିଟାଲର ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ଏହାଛଡ଼ା ସେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ ଏବଂ କ୍ୟାପିଟାଲ ହସ୍ପିଟାଲର ନର୍ସଙ୍କ ସହ କଥା ହୋଇଛନ୍ତି।
ସେ ଏହି ଅବସରରେ କୋଭିଡ୍ ଟିକାକରଣ ଲାଗି ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କର ସହଯୋଗ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ‘କୋଭିଡ୍ ଟିକାକରଣ ରାଜ୍ୟରେ ଆରମ୍ଭ ହୋଇଛି। ଗତ ୧୦ ମାସ ହେଲା କୋଭିଡ୍ ଯୋଦ୍ଧାମାନେ ସଂଗ୍ରାମ ଜାରି ରଖିଛନ୍ତି। ଆପଣଙ୍କ ତ୍ୟାଗ ଓ ସେବାକୁ ଆମେ ଭୁଲି ପାରିବୁନି । ସମସ୍ତଙ୍କ ସୁସ୍ଥତା କାମନା କରୁଛି ।’ ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ସ୍ବାଗତ ଭାଷଣ ଦେଇଥିଲେ। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟର ପ୍ରଥମ ଟିକାକରଣ ଆରମ୍ଭ ହୋଇଛି କ୍ୟାପିଟାଲ ହସ୍ପିଟାଲରୁ । ଏଠାରେ ପ୍ରଥମ ଟିକା ନେଇଛନ୍ତି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ବିରଂଚି ନାୟକଙ୍କୁ ପ୍ରଥମେ ଟିକା ଦିଆଯାଇଥିଲା । ଟିକା ନେବା ପରେ ସଂପୂର୍ଣ୍ଣ ଭଲ ଅଛନ୍ତି । ତାଙ୍କ ଠାରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ବିରଂଚିଙ୍କ ପରେ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ଟିକା ନେଇଛନ୍ତି । ଏବଂ ଟିକା ନେବା ପରେ ସେ ସଂପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି । ଟିକା ନେବା ପରେ ତାଙ୍କର କୌଣସି ସମସ୍ୟା ହୋଇନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/26-9.jpg)