୧୪ଟି ପ୍ରକଳ୍ପ ପାଇଁ ୪ ହଜାର ୯୧୫ କୋଟି ପ୍ରକଳ୍ପର ଶୁଭାରମ୍ଭ କଲେ ନବୀନ : କହିଲେ, ଓଡିଶା ବିକାଶର ସାରଥୀ ହେଉଛନ୍ତି ମହିଳା; ଜୟନ୍ତୀ ଏକ୍କାଙ୍କୁ କଲେ ପ୍ରଶଂସା

136

କନକ ବ୍ୟୁରୋ : ରାଉରକେଲାରେ ଦେଶର ସବୁଠୁ ବଡ଼ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଆଜିର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ମହିଳାଙ୍କୁ ନବୀନ କହିଛନ୍ତି, ମହିଳାମାନେ ଓଡିଶା ବିକାଶର ସାରଥୀ । ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀର ପରିଚିତ ଚେହେରା ଜୟନ୍ତୀ ଏକ୍କାଙ୍କୁ ପ୍ରଶଂସା କରିଛନ୍ତି । ତାଙ୍କ ପରି ମହିଳା ଆମ ସମାଜ ପାଇଁ ଆଦର୍ଶ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ସ୍ୱାସ୍ଥ୍ୟ,ଶିକ୍ଷା, ପରିମଳ, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ଦକ୍ଷତା ବିକାଶ ଭଳି ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ମୋଟ ୪ ହଜାର ୯ଶହ ୧୫ କୋଟି ପ୍ରକଳ୍ପର ଶିଳନ୍ୟାସ କରିଛନ୍ତି । ପାନୀୟ ଜଳ ପ୍ରକଳ୍ପ ପାଇଁ ୧ ହଜାର ୬ଶହ ୧୧କୋଟି, ଜଳସେଚନ ପାଇଁ ୩ଶହ ୨୦ କୋଟି, ସ୍ୱାସ୍ଥ୍ୟସେବା ପାଇଁ ଶହେ ୧୧ କୋଟି, ରାସ୍ତାର ବିକାଶ ପାଇଁ ହଜାରେ ୬୦ କୋଟି, ଶିକ୍ଷା ପାଇଁ ୩୬୭ କୋଟି, ପରିମଳ ପାଇଁ ୨୫୦ କୋଟି, ସ୍ମାର୍ଟ ସିଟି ରାଉରକେଲା ପାଇଁ ୪୭୧ କୋଟି, ମହିଳା ଓ ଶିଶୁ ବିକାଶ ପାଇଁ ୧୩୫ କୋଟିର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଉତ୍ସବରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ୫ ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ପୂର୍ଵତନ ସାଂସଦ ତଥା ଅନ୍ତର୍ଜାତୀୟ ହକି ଖେଳାଳି ଦିଲୀପ ତିର୍କୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ମଞ୍ଚରେ ଉପସ୍ଥିତ ଥିଲେ l  ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଓ ରାଉରକେଲା ସହରରେ ୧୨୦ ଟି ସ୍ଥାନରେ ଏଲଇଡି ୱାଲର ବ୍ୟବସ୍ଥା କରାଯାଇଥିଲା l ଜିଲ୍ଲାର ୧୭ ବ୍ଲକ ସମେତ ପ୍ରମୁଖ ପଞ୍ଚାୟତରେ ୧୭ ମନ୍ତ୍ରୀ ଓ ୮୦ରୁ ଅଧିକ ବିଧାୟକ ଉପସ୍ଥିତ ଥିଲେ l