କନକ ବ୍ୟୁରୋ: ଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ । ମହାଦେବଙ୍କ ଦର୍ଶନ ପରେ ବେଢା ପରିକ୍ରମା କଲେ । ଏଥିସହ ସେବାୟତଙ୍କ ସହ ବି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ମନ୍ଦିର ପରିସରରେ ପ୍ରାୟ ୧୫ ମିନିଟ୍ କାଳ ରହି ପୂଜାର୍ଚ୍ଚନା କରିଥିଲେ । ଲିଙ୍ଗରାଜ ମନ୍ଦିର ଏବଂ ଏକାମ୍ର ପ୍ରକଳ୍ପରେ ଆହୁରି ସୌନ୍ଦର୍ଯ୍ୟକରଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Advertisment

ତେବେ ସେବାୟତମାନେ ବି ମୁଖ୍ୟମନ୍ତ୍ରୀ ପାଇଁ ପୂଜାର୍ଚ୍ଚନା କରିଛନ୍ତି । ତାଙ୍କ ଦୀର୍ଘାୟୁ କାମନା କରିବା ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ କ୍ଷୀର ଢଳାଯାଇଥିବା କହିଛନ୍ତି ସେବାୟତ ।

ଇତି ମଧ୍ୟରେ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି । ନିଜ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ହେଉଥିବା ଗୁଜବକୁ ହସି ଉଡାଇଦେବା ସହ କହିଲେ, ମୁଁ ସୁସ୍ଥ ଅଛି, ଖୁସି ଅଛି । ଯେବେ ଯେବେ ନିର୍ବାଚନ ଆସେ ସେବେ ମୋ ସ୍ୱାସ୍ଥ୍ୟକୁ ନେଇ ଗୁଜବ ହୁଏ । ଏହା ବୁଝାଉଛି ବିଜେଡି ଭଲ ପ୍ରଦର୍ଶନ କରିବ । ତେବେ ମୁଖ୍ୟମନ୍ତ୍ରୀ ଗାଡିରୁ ଓହ୍ଲାଇ ଏକାଏକା ଚାଲିଚାଲି ମନ୍ଦିରକୁ ଯାଇଥିଲେ । ପାହାଚ ବି ଚଢିଥିବା ଦେଖିବାକୁ ମିଳିଛି । ଯାହା ଗୁଜବକାରୀଙ୍କୁ ବଡ ଝଟକା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।