କନକ ବ୍ୟୁରୋ: ବିଭିନ୍ନ ସଂଖ୍ୟାଲଘୁ ଧର୍ମାନୁଷ୍ଠାନ ଗୁଡ଼ିକର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି । ବିଭିନ୍ନ ଜିଲ୍ଲାରେ ଥିବା ସଂଖ୍ୟାଲଘୁ ଧର୍ମାନୁଷ୍ଠାନମାନଙ୍କର ବିକାଶ ପାଇଁ 'ସ୍ୱତନ୍ତ୍ର ସମସ୍ୟା ପାଣ୍ଠି'ରୁ ୧୬ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଧର୍ମାନୁଷ୍ଠାନ ମାନଙ୍କରେ ଯାତ୍ରୀମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯିବା ସହ ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।
ବିଭିନ୍ନ ସଂଖ୍ୟାଲଘୁ ଧର୍ମାନୁଷ୍ଠାନ ଗୁଡ଼ିକର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି । 'ସ୍ୱତନ୍ତ୍ର ସମସ୍ୟା ପାଣ୍ଠି'ରୁ ବିଭିନ୍ନ ଜିଲ୍ଲାରେ ଥିବା ସଂଖ୍ୟାଲଘୁ ଧର୍ମାନୁଷ୍ଠାନମାନଙ୍କର ବିକାଶ ପାଇଁ ୧୬ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାତ୍ରୀମାନଙ୍କ ସୁବିଧା ସୁଯୋଗ ବିକାଶକୁ ଗୁରୁତ୍ୱ #Odishapic.twitter.com/zxNViIRyYO
— Kanak News (@kanak_news) February 12, 2020
ନିଷ୍ପତି ମୁତାବକ, ସତ୍ୟନଗର ଯୀଶୁ ଖ୍ରୀଷ୍ଟ ଏବଂ ମଦର ମେରୀ ଭୁବନେଶ୍ୱର କ୍ୟାଥଲିକ୍ ଚର୍ଚ୍ଚକୁ ଦୁଇ କୋଟି ଟଙ୍କା, ଭୁବନେଶ୍ୱର ୟୁନିଟ୍-୪ କ୍ୟାପିଟାଲ୍ ମସଜିଦ୍ କୁ ଦୁଇ କୋଟି ଯଙ୍କା ମଞ୍ଜୁର କରାଯାଇଥିବାବେଳେ କଟକ ମିଶନ ରୋଡ୍ ସ୍ଥିତ କଟକ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ ଏବଂ ଦରଘାବଜାର କଦମ-ଇରସୁଲ ମସଜିଦକୁ ଦୁଇକୋଟି ଯଙ୍କା ଲେଖାଏଁ ଅର୍ଥ ମଞ୍ଜୁଚର କରାଯାଇଛି ।
ସେହିପରି କେନ୍ଦ୍ରାପଡ଼ା ଫକୀରାବାଦ ମରକାଜି ମସଜିଦ, ଭଦ୍ରକ ପୁରୁଣା ବଜାର ଜାମା ମସିଜିଦ୍ , ସମ୍ବଲପୁର ଜିଲ୍ଲା ସ୍କୁଲ ଛକ ପଲଟ୍ ମସଜିଦ୍ ସମ୍ପଲପୁର ସେଣ୍ଟ ଯୋସେଫ୍ କ୍ୟାଥେଡ୍ରାଲ, ବ୍ରହ୍ମପୁର ଭାପୁର ବଜାର ଜାମିୟା ମସଜିଦ୍ ଳ, ଗିରିରୋଡ୍ ବ୍ରହ୍ମପୁର ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ, ରାଉରକେଲା ବିଶପ ମିଶନାରୀ ଏବଂ ରାଜଗାଙ୍ଗପୁର ସୁନ୍ନି ଜାମା ମସଜିଦକୁ ଏକ କୋଟି ଲେଖାଏଁ ଅର୍ଥ ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/NAVEEN-2.jpg)