ପୁରୀରେ ବାତ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । କହିଲେ, ଜୁନ ୧୭ ସୁଦ୍ଧା ଶ୍ରୀମନ୍ଦିର ହେବ ସ୍ୱାଭାବିକ ।

122

କନକ ବ୍ୟୁରୋ : ଆସନ୍ତା ୧୭ ତାରିଖ ସୁ୍ଦ୍ଧା ସରିବ ଶ୍ରୀମନ୍ଦିର ମରାମତି କାମ । ଶ୍ରୀମନ୍ଦିର କ୍ଷୟକ୍ଷତିର ସ୍ଥିତି ପରଖି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ବାତ୍ୟା ଫୋନିରେ ଶ୍ରୀମନ୍ଦିରର ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ ।

ସିଂହଦ୍ୱାରର ଭାଙ୍ଗିଥିବା ଜୟ ମୂର୍ତି, ଭୋଗ ମଣ୍ଡପର ଭାଙ୍ଗିଥିବା କଳସ, କ୍ଷତିଗ୍ରସ୍ତ ବଟ ବୃକ୍ଷ ବୁଲି ଦେଖିଥିଲେ । ଜୁନ ୧୭ ତାରିଖ ସୁଦ୍ଧା ସମସ୍ତ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଆଗକୁ ରଥଯାତ୍ରା ଆସୁଥିବାରୁ, ଏହା ପୂର୍ବରୁ କିଭଳି ସମସ୍ତ ମରାମତି କାମ ଶେଷ କରାଯିବ, ସେନେଇ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ବାତ୍ୟା ଫୋନିରେ ଶ୍ରୀମନ୍ଦିରର ସୁନ୍ଦରତା ହଜିଯାଇଥିବାରୁ, ଏବେ ରଥଯାତ୍ରା ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ ବୋଲି କୁହାଯାଉଛି ।