ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି ନିର୍ବାଚନ କମିଶନଙ୍କ ମନ୍ତବ୍ୟ ପରେ ନବୀନ ରଖିଲେ ପ୍ରତିକ୍ରିୟା: କହିଲେ, ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି ବିଜେଡି

22

କନକ ବ୍ୟୁରୋ: ଆଗାମୀ ବର୍ଷ ସେପ୍ଟେମ୍ବର ସୁଦ୍ଧା ଦେଶରେ ନିର୍ବାଚନ ପାଇଁ ନିର୍ବାଚନ କମିଶନ ପ୍ରସ୍ତୁତ ହୋଇଯିବେ ବୋଲି ଭୋପାଲରେ ନିର୍ବାଚନ କମିଶନଙ୍କ ମନ୍ତବ୍ୟ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଶ୍ରୀଯୁକ୍ତ ପଟ୍ଟନାୟକ କହିଛନ୍ତି, ସେ ନିର୍ବାଚନ ପାଇଁ ସବୁବେଳେ ପ୍ରସ୍ତୁତ ଅଛନ୍ତି । ୨୦୧୮ ଶେଷ ବେଳକୁ ସାଧାରଣ ନିର୍ବାଚନ କରିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆନୁଷ୍ଠାନିକ ଭାବେ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ ।

ତେବେ ନିର୍ବାଚନ ସଂସ୍କାର ନେଇ ମୋଦି ସରକାର କହିଆସୁଥିବା ବେଳେ ଏକା ସାଙ୍ଗରେ ବିଧାନସଭା ଓ ଲୋକସଭାର ନିର୍ବାଚନ ହୋଇପାରେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଆଉ ଏହି ସମୟରେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି ବୋଲି ବିଜେଡି ସୁପ୍ରିମୋଙ୍କ ପ୍ରତିକ୍ରିୟା ବେଶ୍ ଗୁରୁତ୍ୱ ବହନ କରୁଛି ।