କନକ ବ୍ୟୁରୋ : ବଜେଟ ଅଧିବେଶନର ପ୍ରଥମ ଦିନରେ ଗୃହରେ ଶୋକପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିବଙ୍ଗତ ସଦସ୍ୟ ନବକିଶୋର ଦାସ, ଗଙ୍ଗାଧର ଦାସ ଓ ଅର୍ଜୁନ ଚରଣ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିଧାୟକ ଲକ୍ଷ୍ମଣ ମୁଣ୍ଡା ସମର୍ଥନ କରିବା ସହ ଦିବଙ୍ଗତଙ୍କ ଉଦ୍ଦେଶ୍ୟରେ ୧ ମିନିଟର ନୀରବ ପ୍ରାର୍ଥନା କରିଥିଲେ । ଆସନ୍ତାକାଲି ଯାଏଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ।
ତେବେ ଆଜି ଗୃହ ଆରମ୍ଭରୁ ନବ ଦାସଙ୍କ ହତ୍ୟା ଓ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ବିରୋଧୀ ଗୃହରେ ହଟ୍ଟଗୋଳ ସହ ନାରାବାଜି କରିଥିଲେ । ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ମୁଖ୍ୟ ବିରୋଧୀ ବିଜେପି କକ୍ଷତ୍ୟାଗ କରିଥିଲେ । ବିଧାନସଭା ବାହାରେ ବସି ପ୍ରତିବାଦ କରିଥିଲେ ବିଜେପି ବିଧାୟକ । ସେହିଭଳି କଂଗ୍ରେସ ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣା ଦେଇଥିଲା । ଏମିତିକି ନବ ଦାସଙ୍କ ମୃତ୍ୟୁକୁ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା । ସରକାରଙ୍କ ଟାର୍ଗେଟ କରିବା ସହ ସିବିଆଇ ତଦନ୍ତ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/Screen-Shot-2023-02-21-at-12.44.06-PM.jpg)