ଦିବଙ୍ଗତ ମହେଶ୍ୱର ମହାନ୍ତିଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ କାର୍ଯ୍ୟାଳୟରେ ଦେଲେ ଶେଷ ଶ୍ରଦ୍ଧାଞ୍ଜଳି ।

117

କନକ ବ୍ୟୁରୋ : ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କୁ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ କାର୍ଯ୍ୟାଳୟରେ ମହେଶ୍ୱରଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମେତ ଦଳୀୟ ନେତା ଓ କର୍ମୀ ମଧ୍ୟ ମହେଶ୍ୱରଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହାପୂର୍ବରୁ ମହେଶ୍ୱରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଶୋକବ୍ୟକ୍ତ କରିଥିଲେ ।

ଶୋକ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ କହିଥିଲେ, ଲୋକପ୍ରିୟ ନେତା ଭାବେ ମହେଶ୍ୱର ସୁନାମ ଅର୍ଜନ କରିଥିଲେ । ଜଣେ ଦକ୍ଷ ସଂଗଠକ ଭାବେ ତାଙ୍କର ସୁନାମ ଥିଲା । ରାଜ୍ୟ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲେ । ପୁରୀ ଅଞ୍ଚଳର ବିକାଶ ତାଙ୍କର ଭୂମିକାକୁ ଅମର ରଖିବ ।ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ ମୁଖ୍ୟମନ୍ତ୍ରୀ ।