ଢଗ ପକାଇ ବିଜେପି ଉପରେ ବର୍ଷିଲେ ନବୀନ : କହିଲେ ,ବ୍ରାହ୍ମଣୀ ବ୍ରିଜକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେପି

32

କନକ ବ୍ୟୁରୋ :  କଥାରେ ନୁହେଁ କାମରେ କରୁ । ଗୋଟିଏ ଧାଡ଼ି, ସଫା ଉତ୍ତର । ଗଙ୍ଗାଧର ମେହେର ଉଠା ଜଳ ସେଚନ ପ୍ରକଳ୍ପ ନେଇ ବିଜେପି ଆଣୁଥିବା ଅଭିଯୋଗ ଉପରେ କଡ଼ା ଜବାବ୍ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି- ୨୦୧୭-୧୮ ବଜେଟରେ ୫୮ଟି ପ୍ରକଳ୍ପ ପାଇଁ ବ୍ୟୟବରାଦ ହୋଇଛି, ଯେଉଁଥିରେ ରହିଛି ବରଗଡ଼ ଜିଲ୍ଲାର ଏହି ପ୍ରକଳ୍ପ ।
ଫରକ୍ କେବଳ ଏତିକି ରହିଛି- ପ୍ରକଳ୍ପର ନାଁ କେବଳ ବଦଳି ଯାଇଛି । ବାକି ଥିବା ପ୍ରକଳ୍ପ ଏବଂ ଭବିଷ୍ୟତ ପ୍ରକଳ୍ପ ପାଇଁ ଥିବା ଅଟଳଳ ପାଇଁ ବୟ ବରାଦ ହୋଇଛି । ଆଉ ବିଜେପୁର ପ୍ରକଳ୍ପ ପାଇଁ କାମ ଆରମ୍ଭ ହୋଇଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଏହି ସଫେଇ ଦେବାକୁ ବାଧ୍ୟ ହୋଇଥିଲେ ଯେତେବେଳେ ଗୃହ କାର୍ଯ୍ୟକୁ ଠପ୍ କରିଦେଇଥିଲେ ବିରୋଧୀ ଦଳର ସଦସ୍ୟ । ବିନା ବ୍ୟୟ ବରାଦରେ ସରକାର କେବଳ ଫମ୍ପା ଘୋଷଣା କରୁଥିବା ଅଭିଯୋଗ ଆଣି ବିଜେପି ସଦସ୍ୟମାନେ ଗୃହ ବାହାରେ ଥିବା ଗାନ୍ଧୀ ମୂର୍ତ୍ତୀ ତଳେ ଧାରଣା ଦେଇଥିଲେ ।

ଆଉ ଏପଟେ କଂଗ୍ରେସ ଉଭୟ ବିଜେପି ଓ ବିଜେଡିକୁ କାଠଗଡ଼ାରେ ଠିଆ କରିଥିବା ବେଳେ ବିଜେଡି କହିଛି-ଭାରତୀୟ ଜନତା ପାର୍ଟି ରାଜନୀତି କରୁଛି । ଏସବୁ ଭିତରେ ପ୍ରଶ୍ନ ଉଠୁଛି- ପ୍ରକଳ୍ପର ନାଁ ବଦଳାଇବାର କାହିଁକି ଆବଶ୍ୟକତା ପଡ଼ିଲା ? ବିଜେପୁର ନିର୍ବାଚନ ପାଇଁ ନୂଆଁ ନାଁ ଦିଆଗଲା କି ?