ରାଜ୍ୟପାଳ ଗଣେଶୀଲାଲଙ୍କ ଧର୍ମପତ୍ନୀଙ୍କ ପରଲୋକ: କରୋନାରେ ହେଉଥିଲେ ଚିକିତ୍ସିତ; ବିଧାନସଭାରେ ଶୋକ ପ୍ରସ୍ତାବ ପରେ ଗୃହ ୩ଟା ଯାଏଁ ମୁଲତବୀ

113

କନକ ବ୍ୟୁରୋ: ରାଜ୍ୟପାଳଙ୍କ ଗଣେଶୀଲାଲଙ୍କ ପତ୍ନୀଙ୍କ ପରଲୋକ । ଗତକାଲି ରାତିରେ  ଗଣେଶୀଲାଲଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ପରଲୋକ ହୋଇଯାଇଛି ।  ନଭେମ୍ବର ପହିଲାରୁ  କୋଭିଡରେ ଆକ୍ରାନ୍ତ ହୋଇ ସେ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ ।   ସୁଶୀଳା ଦେବୀଙ୍କ ମରଶରୀରକୁ ରାଜଭବନ ଅଣାଯାଇ ଗାର୍ଡ ଅଫ ଅନର ଦିଆଯାଇଛି ।

ସୁଶୀଳା ଦେବୀଙ୍କ ପରଲୋକରେ  ରାଜ୍ୟପାଳ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଶୋକବାର୍ତାରେ ସେ କହିଛନ୍ତି, ସୁଶୀଳା ଦେବୀ ଜଣେ ଧର୍ମପରାୟଣା  ଓ ପରୋପକାରୀ ମହିଳା ଥିଲେ । ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜ୍ୟପାଳଙ୍କ ଧର୍ମପତ୍ନୀଙ୍କ ପରଲୋକରେ ଶୋକପ୍ରକାଶ କରିଛନ୍ତି ।

ସେପଟେ ସୁଶୀଳା ଦେବୀଙ୍କ ପରଲୋକରେ  ବିଧାନସଭାରେ ଶୋକପ୍ରସ୍ତାବ ଆଗତ କରାଯାଇଛିା ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଆଗତ କରିଥିଲେ ।  ଶୋକପ୍ରସ୍ତାବକୁ ସମର୍ଥନ କରିଥିଲେ ବିଭିନ୍ନ ଦଳର ନେତା ।  ସୁଶୀଳା ଦେବୀଙ୍କ ଉଦ୍ଦେଶ୍ୟରେ ଗୃହରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।  ତାଙ୍କୁ ସମ୍ମାନ ଜଣାଇ ବିଧାନସଭାକୁ ଦିନ ୩ଟା ଯାଏଁ ମୁଲତବୀ  ରଖାଯାଇଛି ।